ସାବିତ୍ରୀ ଭାର ନେଇ ଯାଉଥିବା ବେଳେ ଦୁର୍ଘଟଣା; ୨ଗୁରୁତର ।

0 537

ଭଞ୍ଜନଗର,୦୭/୦୬(ପିପିଟି); ପାଖେଇ ଆସୁଛି ସାବିତ୍ରୀ ଅମାବାସ୍ୟା।ତେଣୁ ଏହାର ପ୍ରସ୍ତୁତିକୁ ନେଇ ଚଳ ଚଞ୍ଚଳ ହୋଇ ଉଠିଛି ଗାଁ ଠାରୁ ସହର। ଏଭଳି ସମୟରେ ସୋମବାର ତାରସିଙ୍ଗି ଥାନା ଅନ୍ତର୍ଗତ କଳିଙ୍ଗ ପଦର ଗ୍ରାମର ଲାଲୁ ପ୍ରସାଦ ଓଦଣ୍ଡରାୟ ଦଶପଲ୍ଲା ଠାରେ ଥିବା ନିଜ ଭଉଣୀ ଘରକୁ ସାବିତ୍ରୀ ଭାର ଧରି ସାଙ୍ଗ ନନ୍ଦନ ନାୟକ ସହ ମିଶି ଏକ ହିରୋ ବାଇକରେ ଯାଉଥିଲେ। ହେଲେ ଦଶପଲ୍ଲା ଠାରୁ ୧୨କିଲୋମିଟର ପୂର୍ବରୁ ସିନ୍ଧି ଠାକୁରାଣୀ ନିକଟରେ ଭାରସାମ୍ୟ ହରାଇ ସାମ୍ନା ପଟୁ ଆସୁଥିବା ଏକ ଅଟୋ ସହ ସେମାନଙ୍କ ବାଇକ ଜୋରରେ ଧକ୍କା ହୋଇଥିଲା। ଫଳରେ ଉଭୟେ ବାଇକରୁ ଛିଟକି ପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲ ପଠାଇଥିଲେ।ଲାଲୁର ମୁଣ୍ଡରେ ଓ ନନ୍ଦନର ମୁହଁରେ ଗଭୀର ଆଘାତ ଲାଗିଛି। ଏଠାରେ ପ୍ରାଥମିକ ଚିକିତ୍ସା ପରେ ଦୁହିଁଙ୍କୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।ତାରସିଙ୍ଗି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.