ସାନଖେମୁଣ୍ଡି ବ୍ଳକର ୬୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ଦାଖଲ।

0 575

ବ୍ରହ୍ମପୁର,୧୭/୦୫(ପିପିଟି):ସାନଖେମୁଣ୍ଡି ବ୍ଲକର ୬୧ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ଦାଖଲ ହୋଇଛି। ସାମାଜିକ କର୍ମୀ ସମରଜିତ୍ ମହାନ୍ତି ସାର୍ଟିଫିକେଟ ତଦନ୍ତ ପାଇଁ ଅଭିଯୋଗ କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟ ଦେଇ ଶତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି ପାଇଛନ୍ତି। ୨୦୧୯ ଠାରୁ ପର୍ଯ୍ଯାୟ କ୍ରମେ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ହୋଇ ଆସୁଛି। ୯୬ ଜଣଙ୍କ ନମରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ୪୭ ଜଣ ବହିଷ୍କୃତ ହୋଇଛନ୍ତି । ୩୦୦ରୁ ଉର୍ଦ୍ଧ୍ବ ଯାଞ୍ଚ ଅବସ୍ଥାରେ ରହିଛି । ଗଞ୍ଜାମ ଜିଲ୍ଲାରେ ତଦନ୍ତ ମନ୍ଥର ଗତିରେ ଚାଲିଛି। ଶ୍ରୀ ମହାନ୍ତି ସାନଖେମୁଣ୍ଡି ବ୍ଲକର ୬୧ ଜଣଙ୍କ ସାର୍ଟିଫିକେଟ ତଦନ୍ତ କରି ସେଥି ମଧ୍ଯରୁ ଯେଉଁମାନଙ୍କ ଜାଲ୍ ଚିହ୍ନଟ ହେବ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ଯ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ, ରାଜ୍ଯ ପ୍ରକଳ୍ପ ସଂଯୋଜକ,ଓପେପା, କ୍ରାଇମବ୍ରାଞ୍ଚ,ଏସପି ଭିଜିଲାନ୍ସ, ଏସପି ଗଞ୍ଜାମ, ଜିଲ୍ଲାପାଳ ଗଞ୍ଜାମ, ଡିଇଓ ଓ ଡିପିସି ଗଞ୍ଜାମଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି। ୪ ବର୍ଷ ଧରି ତଦନ୍ତ ଚାଲିଛି। ରାଜନୈତିକ ଓ ଅର୍ଥନୈତିକ ଚାପ ରହୁଥିବାରୁ ତଦନ୍ତ ବାଟବଣା ହେଉଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି। ଡିଇଓ ଗଞ୍ଜାମ ଜିଲ୍ଲାର ବାସିନ୍ଦା। ସେ ପୂର୍ବରୁ ଡିପିସି ଦାୟିତ୍ବରେ ଅଛନ୍ତି। ଡିଇଓ ଗଞ୍ଜାମ ଜିଲ୍ଲାର ହୋଇଥିବାରୁ ତଦନ୍ତରେ ଅଗ୍ରଗତି ହେଉ ନାହିଁ। ଅଧିକାଂଶ ସ୍ଥାନରେ ସ୍ଥାୟୀ ବିଇଓ ନାହାଁନ୍ତି। ଜିଲ୍ଲା ଶିକ୍ଷା ବିଭାଗର କାର୍ଯ୍ଯଶୈଳୀ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ପ୍ରତି ଆଞ୍ଚ ସୃଷ୍ଟି କରୁଛି ।

Leave A Reply

Your email address will not be published.