ସାନଖେମୁଣ୍ଡି ବ୍ଲକରେ ନିର୍ଦ୍ଵନ୍ଦରେ ଉପାଧ୍ୟକ୍ଷା ହେଲେ ରିଙ୍କି ନାହାକ ।

0 2,371

ସାନଖେମୁଣ୍ଡି,୨୩/୦୩(ପିପିଟି): ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନରେ ସାନଖେମୁଣ୍ଡି ବ୍ଲକ ଉପାଧ୍ୟକ୍ଷ ପଦବୀ ପୁଣି କଂଗ୍ରେସ ଠାରୁ ବିଜେଡି ହାତକୁ ଯାଇଛି କୋଙ୍କରଡା ପଞ୍ଚାୟତର ନିବାଚିତ ସମିତି ସଭ୍ୟା ରିଙ୍କି ନାହାକ ବିନା ପ୍ରତିଦ୍ୱନ୍ଦୀତାରେ ନିବାଚିତ ହୋଇଛନ୍ତି ।ସାନଖେମୁଣ୍ଡି ବ୍ଳକରେ ଶାସକଦଳ ବିଜେଡି ସମିତି ଦଖଲରେ ଅଞ୍ଚଳ ବିଜେଡି ସମର୍ଥକଙ୍କ ମନୋବଳ ବୃଦ୍ଧି ଘଟିଥିବା ବେଳେ କର୍ମୀ ମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ପୂବର୍ତନ ବିଧାୟିକା ନନ୍ଦିନୀ ଦେବୀ , ବ୍ଳକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର , ପୃବର୍ତନ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ପାତ୍ର , ୫୯ ନମ୍ବର ଜୋନର ଜିଲ୍ଲାପରିଷଦ ବିଜୟ ପ୍ରଧାନ , ୬୧ ନମ୍ବର ଜିଲ୍ଲାପରିଷଦ ଅମିନ ପ୍ରଧାନ, ସାନଖେମୁଣ୍ଡି ବିଜେଡ଼ି ବ୍ଳକ ସଭାପତି ନୀଳମାଧବ ରାଉତ , ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ , ସୁଭାଷ ମହାପାତ୍ର , ପୁଡାମାରି ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ ବ୍ଳକରେ ଉପସ୍ଥିତ ରହି ନବ ଉପାଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆସନ୍ତା ଦିନରେ ଅଞ୍ଚଳର ବିକାଶରେ ଜନସାଧାରଣଙ୍କ ନିକଟରେ ପହଞ୍ଚି ସରକାରୀ ଯୋଜନାର ସୁପରୀଚାଳନା ପାଇଁ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ କିପରି ଲୋକଙ୍କ ପାଖରେ ସଠିକ୍ ସମୟରେ ପହଞ୍ଚିପାରିବ ସେ ଗୁରୁତ୍ଵ ଦେବାକୁ ଅନୁରୋଧ କରିଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.