ସାନଖେମୁଣ୍ଡି ବିଜେପି ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ତହସିଲ କାର୍ଯ୍ୟାଳୟ ଘେରାଉ ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ।
ସାନଖେମୁଣ୍ଡି, ୦୪/୦୯(ପିପିଟି); ଆଜି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବିଜେପି ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଘେରାଉ କରିବା ସହ ଗଞ୍ଜମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ତହସିଲଦାର ଅମିତ କୁମାର ନାୟକଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ମୁତାବକ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହି ଘେରାଉ ହୋଇଛି ବୋଲି ସାନଖେମୁଣ୍ଡି ବିଜେପି ନେତା ବିଜୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି । ଦାବିପତ୍ର ଅନୁସାରେ ଚାଷୀ ମାନଙ୍କୁ ସଠିକ ଭାବରେ ପିଡ଼ିଆ (ସାର) ପ୍ରଦାନ, ପିଏମ କିଷାନ ଯୋଜନାରେ କିଭଳି ସମ୍ପୃକ୍ତ ଚାଷୀ ଅନ୍ତର୍ଭୁକ୍ତ ହେବେ, ବେଆଇନ ବାଲି , ମୋରାମ, ଇଟା ଚୋରାଚାଳନ ତୁରନ୍ତ ବନ୍ଦ କରାଯାଉ ଏବଂ ଖାଲି ପଡିଥିବା ଚାଷ ଜମିର ପରୀକ୍ଷା କରି ଫସଲ କରିବାକୁ ସହାୟତା କରାଯାଉ ବୋଲି ଦାବି ପ୍ରଦାନ ହୋଇଛି। ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ ନହେଲେ ଗତ କିଛିଦିନ ମଧ୍ୟରେ ସାନଖେମୁଣ୍ଡି ବିଜେପି ସମସ୍ତ ଜନସାଧାରଣଙ୍କୁ ନେଇ ଆନ୍ଦୋଳନକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଥିବା ସୂଚନା ମିଳିଛି । ଉକ୍ତ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ଯୁବ ବିଜେପି ସଭାପତି ଏମ. ଚିନ୍ମୟ ରେଡ୍ଡୀ ଓ ଅନନ୍ୟା ବିଜେପି ସଦସ୍ୟ ଉପସ୍ଥିତ ଥିଲେ । ରିପୋର୍ଟ – ଆରତ କୁମାର ହୋତା ।