ସାନଖେମୁଣ୍ଡି ଛଣାମେରୀ ଗ୍ରାମ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ।

0 1,839

୧୯/୧୨(ପିପିଟି): ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଛଣମେରି ଗ୍ରାମପଞ୍ଚାୟତ ରେ ଆଜି ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ଉତ୍ସବରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଏବଂ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଯୋଗ ଦେଇ ଛଣମେରି ପଞ୍ଚାୟତ ର ଅତ୍ୟାବଶକ ପ୍ରକଳ୍ପ ମାଁ ଠାକୁରାଣୀ ମନ୍ଦିର ଉଦ୍‌ଘାଟନ କରିଥିଲେ ଓ କପିଳେଶ୍ଵର ମନ୍ଦିରର ନୁତନ ଭାବେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପର ଶୁଭ ଉଦ୍‌ଘାଟନ କରିଥିଲେ । ଉକ୍ତ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବ୍ଲକ ବିଜୁ ଜନତା ଦଳର ସଭାପତି ନୀଳମାଧବ ରାଉତ , ବ୍ଲକ ସାଧାରଣ ସମ୍ପାଦକ , ଅମିନ ପ୍ରଧାନ ଉପାଧ୍ୟକ୍ଷ ଏବଂ ଛଣମେରୀ ପଞ୍ଚାୟତର ସମସ୍ତ ବିଜୁ ଜନତା ଦଳର କର୍ମୀ ଉପସ୍ଥିତ ରହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.