ସାନଖେମୁଣ୍ଡି ଅଞ୍ଚଳରେ ବିଜେଡି ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ।

0 282

ସାନଖେମୁଣ୍ଡି,୦୮/୦୩(ପିପିଟି): ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଦୟାନିଧିପୁର ଗ୍ରାମରେ ବିଜୁ ଜନତା ଦଳ ତରଫରୁ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଉଭୟ ସାନଖେମୁଣ୍ଡି ଓ ଧରାକୋଟ ବ୍ଲକ୍ ର ମହିଳା କର୍ମକର୍ତ୍ତା ଓ ନବ ନିର୍ବାଚିତ ପ୍ରତିନିଧିଙ୍କ ଗହଣରେ ମୂଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଯୋଗ ଦେଇଥିଲେ । ସାନଖେମୁଣ୍ଡି ମହିଳା ବିଜେଡି ସଭାନେତ୍ରୀ ମମତା ପ୍ରଧାନଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧରାକୋଟ ୩୧ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ଅଞ୍ଜଳି ସ୍ୱାଇଁ , ସାନଖେମୁଣ୍ଡି ୬୦ ନଂ ଜୋନ ର ଜିଲ୍ଲା ପରିଷଦ ସଭ୍ୟା ମାମାନି ପାତ୍ର , ୬୨ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ସୁଲତା ରାଣୀ ସ୍ଵାଇଁ , ଆଡପଡା ସରପଞ୍ଚ ସମିଷ୍ଟା ରାଉତ,ଦୟାନିଧିପୂର ସରପଞ୍ଚ ଲକ୍ଷ୍ମୀ ପ୍ରଧାନ, ଖଲିଙ୍ଗୀ ପୂର୍ବତନ ସରପଞ୍ଚ ମଧୁସ୍ମିତା ରାଉତ , ଏସ୍ ଗୋପାଳପୁର ସରପଞ୍ଚ ସୁମିତ୍ରା ନାୟକ , ଗୀତାଞ୍ଜଳି ସାମନ୍ତରା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.