ସାନଖେମୁଣ୍ଡି,ତା-୦୭/୧୦(ପିପିଟି); ରାଜ୍ୟ ସରକାର ଓ.ଏ.ଏସ ସ୍ତରରେ ସଧାରଣ ଅଦଳ ବଦଳ କରିଛନ୍ତି । ସୂଚନାନୁସାରେ ଚିଠି ନଂ – ୨୮୧୮୭ /ତାରିଖ -୨୪/୦୯/୨୦୨୦ ପ୍ରକାରେ ସରକାର ଓ.ଏ.ଏସ ସ୍ତରରେ ସାଧାରଣ ଅଦଳବଦଳ କରିଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପଖଣ୍ଡରେ ଦୁଇ ତହସିଲଦାରଙ୍କ ସ୍ଥାନ ପରିବର୍ତ୍ତନ କରିଥିବା ଜଣାପଡିଛି । ଏହି କ୍ରମରେ ପାତ୍ରପୁର ତହସିଲଦାର ଡ. ଶ୍ରୀନିବାସ ବେହେରାଙ୍କୁ ସାନଖେମୁଣ୍ଡି ବଦଳି କରିଥିବା ବେଳେ ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକଙ୍କୁ ପାତ୍ରପୁର ବଦଳି କରାଯାଇଅଛି । ଏହି ନିର୍ଦ୍ଦେଶନାମା ପ୍ରକାରେ ଗଞ୍ଜାମ ଜିଲ୍ଲାପାଳଙ୍କ ଆଦେଶମତେ ଉଭୟ ଗତ ମାସ ଶେଷ ଦିବସରେ ଉଭୟ ସ୍ଥାନରୁ ରିଲିଭ ହୋଇଥିବା ବେଳେ ଆଜି ବୁଧବାର ସରକାରୀ କାର୍ଯ୍ୟ ଦିବସ ପ୍ରଥମାର୍ଦ୍ଧରେ ଡ. ଶ୍ରୀନିବାସ ବେହେରା ସାନଖେମୁଣ୍ଡି ତହସିଲଦାର ଭାବେ ଯୋଗଦେଇ ତହସିଲ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହି ଅବସରରେ ତହସିଲ କର୍ମଚାରୀଙ୍କ ସୌଜନ୍ୟରୁ ପ୍ରାକ୍ତନ ତହସିଲଦାର ଶ୍ରୀ ନାୟକ ଏବଂ ନୂତନ ତହସିଲଦାର ଡ. ବେହେରାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହକାରେ ସମ୍ବର୍ଦ୍ଧିତ କରାଯାଇଥିବା ଜଣାଯାଇଛି । ସାନଖେମୁଣ୍ଡି ତହସିଲଦାର ଭାବରେ ବିଭାଗୀୟ ସେବା ପ୍ରଦାନକୁ ଗୁରୁତ୍ୱାରୋପ କରି ନିଜ କର୍ତ୍ତବ୍ୟ ନିଷ୍ଠା ବଜାୟ ରଖିବା ସହ ସାଧାରଣରେ ସେବା ପ୍ରଦାନକୁ ପ୍ରାଥମିକତା ଦେଉଛନ୍ତି । ତହସିଲ କର୍ମଚାରୀଙ୍କ ସହଯୋଗରେ ସାନଖେମୁଣ୍ଡି ତହସିଲକୁ ଅଭିଯୋଗ ବିହୀନ ତହସିଲ ଭାବରେ ଗଢି ତୋଳିବାକୁ କର୍ମଚାରୀଙ୍କ ସହ ବୁଦ୍ଧିଜୀବି ଓ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତିି । (ରିପୋର୍ଟ – ଆରତ କୁମାର ହୋତା ।)