ସାନଖେମୁଣ୍ଡି ଅଞ୍ଚଳରେ ଶତାଧିକ ବେଆଇନ ଇଟା ଭାଟି,ତହସିଲଦାର ନୀରବ ଦ୍ରଷ୍ଟା।

0 930

ବ୍ରହ୍ମପୁର,୩୦/୦୧(ପିପିଟି); ସାନଖେମୁଣ୍ଡି ତହସିଲ ଅଧିନରେ ଥିବା ବିଭିନ୍ନ ଅଞ୍ଚଳରେ ଶତାଧିକ ବେଆଇନ ଭବେ ଇଟା ଭାଟି ଥିବା ନଜରକୁ ଆସିଛି । ହେଲେ ପ୍ରଶାସନର ନଜର ଇଟା ଭାଟି ଉପରେ ପଡୁନଥିବା ଦେଖିବାକୁ ମିଳୁଛି । ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ଭୁଇଁପଲ୍ଲି ଗ୍ରାମରେ ଦୀର୍ଘଦିନ ହେବ ବେଆଇନ ଭାବେ ଉପର ଇଟାଭାଟି ଦେଖିବାକୁ ମିଳିଛି । ସାନଖେମଣ୍ଡି ତହସିଲ ଅଫିସରୁ ମାତ୍ର ୫୦୦ ମିଟର ଦୂରରେ ଏହି ଇଟା ଭାଟି ଅଛି ହେଲେ ଆଶ୍ଚର୍ଯ୍ୟର ବିଷୟ ତହସିଲଦାରଙ୍କ ନଜର ଇଟାଭାଟି ଉପରେ କେମିତି ପଡୁନି । ବେଆଇନ୍ ଇଟା ଭାଟି ଦ୍ଵାରା ପ୍ରଦୂଷଣ ଓ ଶ୍ରମ ଆଇନ ଉଲ୍ଲଂଘନ ହେଉଛି। ବେଆଇନ୍ ଇଟା ଭାଟି ଭାଙ୍ଗି ଜୋରିମାନା ଅଦାୟ ନହେବା ଯୋଗୁଁ ରାଜସ୍ୱ ଆଦାୟ କମୁଛି। ଇଟା ଭାଟି ଟଙ୍କା ପ୍ରଶାସନର ମୁହଁକୁ କରି ଦେଉଛି ବଙ୍କା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.