ଯାଜପୁର, ୨୬/୦୧(ପିପିଟି); ସାଧାରଣତନ୍ତ୍ର ଦିବସ ଆମ ପାଇଁ ଏକ ଗର୍ବ ଓ ଗୌରବର ଦିବସ । ଏହି ଦିବସ ଆମ ପାଇଁ ଅତୀତର ସ୍ମୃତିଚାରଣ ଓ ଭବିଷ୍ୟତ ପାଇଁ ସଂକଳ୍ପବଦ୍ଧ ହେବାକୁ ପ୍ରେରଣା ଯୋଗାଇଥାଏ ବୋଲି ବିଜ୍ଞାନ ଓ କାରିଗରୀ କୈାଶଳ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲାସ୍କୁଲ ପଡିଆଠାରେ ଜିଲ୍ଲାସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଚ୍ଥି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା ଜାତୀୟ ପତାକା ଉୋଳନ କରି ୧୯୫୦ ମସିହା ଆଜିର ଦିବସରେ ଆମ ସମ୍ୱିଧାନ ପ୍ରତିଷ୍ଠା ହେବା ସହ ଆମକୁ ଏକ ସାର୍ବଭୈାମ୍ୟ, ଧର୍ମ ନିରପେକ୍ଷ, ଗଣତାନ୍ତ୍ରିକ ରାଷ୍ଟ୍ରର ମର୍ଯ୍ୟାଦା ଦେଇଥିଲା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଏକ ଓ ଅଭିନ୍ନ ବୋଲି ସେ କହିଥିଲେ । ମହାନ ସ୍ୱାଧୀନତୀ ସଂଗ୍ରାମୀ ଜୟୀ ରାଜଗୁରୁ, ବକ୍ସିଜଗବଂଧୁ, ବିର୍ଶା ମୁଣ୍ଡା, ଲକ୍ଷ୍ମଣ ନାୟକ, ଗୋପବଂଧୁ ଦାସ, ମଧୁବାବୁ, ଗୋପବଂଧୁ ଚୈାଧୁରୀ, ମାଳତୀ ଚୈାଧୁରୀ, ରମାଦେବୀ, ପାର୍ବତୀ ଗିରୀ, ହରେକୃଷ୍ଣ ମହତାବ, ପ୍ରବାଦ ପୁରୁଷ ବିଜୁବାବୁ ପ୍ରମୁଖ ପ୍ରାୟତଃ ସ୍ମରଣୀୟ ସଂଗ୍ରାମୀଙ୍କ ସଂଘର୍ଷରୁ ଆମେ ପାଇଥିଲେ ସ୍ୱାଧୀନତା । ଯାଜପୁରର ମାଟି ବୀର ମାଟି । ଏହି ମାଟିରେ ସ୍ୱାଧୀନତା ସଂଗ୍ରାମର ଅନେକ ସଂଗ୍ରାମୀଙ୍କର ବୀରତ୍ୱର କାହାଣୀ ଲେଖା । ବରୀର ସ୍ୱାଧୀନତା ସଂଗ୍ରାମୀ ମାୟାଧର ଭୂୟାଁ, ସାନନ୍ଦ ସ୍ୱାଇଁ, ସାଉଁଟି ମଲିକ ଓ ହାଡିବନ୍ଧୁ ପଣ୍ଡାଙ୍କର ବଳୀଦାନ ଏ ମାଟିକୁ ମହାନ କରିଚ୍ଥି । ରଚନାତ୍ମକ କାର୍ଯ୍ୟାବଳୀ ମାଧ୍ୟମରେ ବରୀ ଆଶ୍ରମ ଓ ବଡଚଣାର ଠକ୍କରବାପା ଆଶ୍ରମ ସଂଗ୍ରାମକୁ ତେଜିୟାନ କରିଥିଲେ । ଜିଲ୍ଲାର ସାହିତ୍ୟ, ସଂସ୍କୃତି, କ୍ରୀଡା, ପର୍ଯ୍ୟଟ୍ଟନ ବେଶ ସମୃଦ୍ଧ । ଦୈାଡ ରାଣୀ ଦୂତି ଚାନ୍ଦ, ସରସ୍ୱତୀ ଚାନ୍ଦ, ଭାଲେନା ଭାଲେଣ୍ଟିନା, ରସ୍ମିତା ସାହୁ, ସ୍ୱାଗତିକା ରଥଙ୍କର ପ୍ରତିଭା ବିଶ୍ୱ ଦେଖିଚ୍ଥି । ୨୦୦୦ ମସିହା ଠାରୁ ରାଜ୍ୟ ସରକାର ସାଧାରଣ ଜୀବନ ଯାତ୍ରା ଠାରୁ ଆରମ୍ଭ କରି ଗମନାଗମନ, ମହିଳା ସଶକ୍ତି କରଣ, ପରିବହନ, ଦାରିଦ୍ର୍ୟ ଦୂରୀକରଣ ଇତ୍ୟାଦି ବିବିଧ ବିକାଶ ମୂଳକ ଯୋଜନା ଓ ସଂସ୍କାର ମୂଳକ ପଦକ୍ଷେପ ନେଇଚ୍ଥନ୍ତି । ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହଣୀ, ସହନଶୀନତା ଆଧାରରେ ୫ଟି କାର୍ଯ୍ୟକାରୀ ହୋଇଚ୍ଥି । ଏହାକୁ ଅଧିକ କ୍ରିୟାମୁଖୀ କରିବାକୁ ମୋ ସରକାର ମଧ୍ୟ କାର୍ଯ୍ୟକାରୀ କରାଯାଇଚ୍ଥି । ରାଜ୍ୟକୁ ଜାତୀୟ ସ୍ତରରେ ଅନେକ ଖ୍ୟାତି ମିଳିଚ୍ଥି । କରୋନାରେ ରାଜ୍ୟର ପଦକ୍ଷେପ ସମଗ୍ର ଦେଶରେ ମଡେଲ ରାଜ୍ୟ ଭାବେ ପରିଗଣିତ ହୋଇଚ୍ଥି । କରୋନା ଯୋଦ୍ଧାଙ୍କ ସେବା ମନୋଭାବ ଓ ଲୋକ ମାନଙ୍କର ସହଯୋଗକୁ କୃତଜ୍ଞତା ଜଣାଉଚ୍ଥି ବୋଲି ଶ୍ରୀ ପଣ୍ଡା କହିଥିଲେ । ଜାଗା ମିଶନରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ କୃଷି କର୍ମଣ ପୁରସ୍କାର ନିରନ୍ତର ଭାବେ ରାଜ୍ୟ ପାଇଁ ଗୈାରବ ଆଣିଚ୍ଥି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସଦୃଶ୍ୟ । ଓଡିଶା ପୂର୍ବ ଭାରତରେ ମାନୁପେଂକ୍ଚରିଂ ହବ୍ ଭାବେ ଊଭା ହୋଇଚ୍ଥି । ଯାଜପୁର ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା, ନୂଆ ଏମ୍.ସି.ଏଚ୍. ବିଲ୍ଡିଂ ବ୍ୟବସ୍ଥା, ଟ୍ରମା କେୟାର କେନ୍ଦ୍ର, ପର୍ଯ୍ୟଟ୍ଟନର ବିକାଶ ଇତ୍ୟାଦି ବିକାଶକୁ ତ୍ୱରାନ୍ୱିତ କରିଚ୍ଥି ବୋଲି କହିବା ସହ ସମବଦ୍ଧ ଉଦ୍ୟମ ଦ୍ୱାରା ଆମେ ଆହୁରି ଉନ୍ନତି ଓ ବିକାଶକୁ ହାସଲ କରିପାରିବା ବୋଲି କହିଥିଲେ । ପରେ ପରେ ମନ୍ତ୍ରୀ ଶ୍ରୀ ପଣ୍ଡା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ସହାୟକ ଉପକରଣ ହିତାଧିକାରୀ ମାନଙ୍କୁ ବଣ୍ଟନ କରିଥିଲେ । ପୂର୍ବରୁ ମନ୍ତ୍ରୀ ଶ୍ରୀ ପଣ୍ଡା ଗାନ୍ଧୀ ଚ୍ଥକ ସ୍ଥିତ ମହାତ୍ମା ଗାନ୍ଧୀ ଓ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଥିବା ବିଭିନ୍ନ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି, ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂ, ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର., ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ମିହିର ପ୍ରସାଦ ମହାନ୍ତି , ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସି.ଡି.ଏମ୍.ଓ. ଡା. ସୁଧାଂଶୁ ଶେଖର ବଳ, ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ତହସିଲଦାର ସୁଶାନ୍ତ କୁମାର ପତି, ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା, ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, କୋଭିଡ୍ ଯୋଦ୍ଧା ପ୍ରମୁଖ ଉପସ୍ଥିତ ଥିଲେ । ପ୍ୟାରେଡରେ ପୋଲିସ ବାହିନୀ ଓ ପୋଲିସ ବ୍ୟାଣ୍ଡ ଅଂଶ ଗ୍ରହଣ କରିଥିଲେ । ରିଜର୍ଭ ଇନିସ୍ପେକ୍ଟର କାହ୍ନୁ ଚରଣ ମାର୍ଣ୍ଡି ପ୍ୟାରେଡ ପରିଚାଳନା କରିଥିଲେ । ପ୍ରତ୍ୟୁଷରୁ ସହର ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ଫର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପରିଚାଳନା କରାଯାଇଥିଲା ।