ସାଧାରଣତନ୍ତ୍ର ଦିବସରେ ଗ୍ୟାସ ବିତରକଙ୍କୁ କୋଭିଡ଼ ଯୋଦ୍ଧା ସମ୍ମାନ ।

0 175

ଭଞ୍ଜନଗର,୨୮/୦୧(ପିପିଟି); ୭୨ତମ ସାଧାରଣତନ୍ତ୍ର ଦିବସରେ ସ୍ଥାନୀୟ ଡ଼ି.ଏ.ଭି ପି.ଟି ଏସ.ଆର ପବ୍ଲିକ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ମୁଖ୍ୟ ଅମର ନାଥ ରଥ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ ବିଦ୍ୟାଳୟ ଅଧ୍ୟକ୍ଷ ବାସୁଦେବ ପାଣିଗ୍ରାହୀ,ଜି.ଆର.ସି ଅଧ୍ୟକ୍ଷ ଗୌରୀ ଶଙ୍କର ହୋତା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ଗତ ଲକଡାଉନ,ସଟ ଡାଉନ ଓ କ୍ବାରେଣ୍ଟାଇନ ଅଞ୍ଚଳରେ କରୋନାକୁ ଭୟ ନକରି ଜାଳେଣି ସକାଶେ ଗ୍ୟାସ ଯୋଗାଇଥିବା ଭଞ୍ଜନଗର ଗ୍ୟାସର ବିତରକ ମାନଙ୍କୁ କୋଭିଡ଼ ଯୋଦ୍ଧା ଭାବେ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଏଭଳି ସମ୍ମାନ ପାଇ ବିତରକମାନେ ନିଜର ଖୁସି ଜାହିର କରିଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.