ସାଧାରଣତନ୍ତ୍ର ଦିବସରୁ ଚାଲିବ ଆମ୍ବୁଲାନ୍ସ ବୋଟ ।

0 284

ମାଲକାନଗିରି,୧୯/୦୧(ପିପିଟି): ସ୍ଵାଭିମାନ ଅଞ୍ଚଳରେ ଚାଲିବ ବୋଟ୍ ଆମ୍ଵୁଲାନ୍ସ। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରୁ ଏହି ସେବା ଲାଗୁ କରି ବି.ଏସ.ଏଫ୍। ବାଲିମେଳା ଡ୍ୟାମ୍‌ର ଉଭୟ ପାର୍ଶ୍ଵରେ ଏହି ସେବାର ଶୁଭାରମ୍ଭ ହେବ। ଏହାଦ୍ଵାରା ୩୦ ରୁ ୩୫ଟି ଗ୍ରାମର ପ୍ରାୟ ୧୦ ହଜାର ଲୋକେ ଉପକୃତ ହେବେ। ଏହି ବୋଟ୍ ରୋଗୀଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ମେଡିକାଲ୍‌ରେ ପହଞ୍ଚାଇବାକୁ ସାହାଯ୍ୟ କରିବ।ବି.ଏସ.ଏଫ୍ ରାଜ୍ୟରେ ମାଓ ମୁକାବିଲା ନେଇ ବହୁ ଗୁରୁତ୍ୱପୂର୍ଣ୍ଣ କାମ କରିଛି। କୋରାପୁଟ ଓ ମାଲକାନଗିରିରେ ମାଓବାଦୀଙ୍କ ଗତିବିଧି ରୋକାଯିବା ସହ ସ୍ୱାଭିମାନ ଅଞ୍ଚଳର ୯ ଗ୍ରାମ ପଞ୍ଚାୟତର ୧୫୧ ଗ୍ରାମର ୩୦ ହଜାର ଲୋକଙ୍କୁ ମୁଖ୍ୟ ସ୍ରୋତରେ ଯୋଡ଼ାଯାଇ ପାରିଛି । ମୋଟୁ ବ୍ରିଜ ନିର୍ମାଣ ଦ୍ୱାରା ତେଲେଙ୍ଗାନା ଓ ଆନ୍ଧ୍ର ଓଡ଼ିଶାର ସଡକ ପଥ ଦ୍ୱାରା ସଂଯୋଗ କରାଯାଇପାରିଛି । କୋରାପୁଟ ଓ ମାଲକାନଗିରିରେ ବହୁ ନୂତନ ଥାନା ମଧ୍ୟ ବି.ଏସ.ଏଫ୍ ସହାୟତାରେ ନିର୍ମାଣ ହୋଇଛି । ଏତଦ୍ ବ୍ୟତୀତ ନୂଆ ସ୍କିଲ ଓ ଜ୍ଞାନ କୌଶଳ ଆହରଣ ପାଇଁ ଚଳିତ ବର୍ଷ ୧୨୦ଲୋକଙ୍କୁ ରାଞ୍ଚି ଓ ହାଇଦ୍ରାବାଦ ନିଆଯାଇଛି । କୋରାପୁଟ ଓ ମାଲକାନଗିରିରେ ସ୍କୁଲ, ବ୍ରିଜ୍, ମେଡିକାଲ ଭଳି ବହୁ ଉନ୍ନତିକରଣ କାମ ବି.ଏସ.ଏଫ୍ ସହାୟତାରେ ଚାଲିଛି । ଆସନ୍ତା କିଛି ବର୍ଷ ମଧ୍ୟରେ ଆନ୍ଧ୍ର-ଓଡ଼ିଶା ସୀମା ସମ୍ପୂର୍ଣ୍ଣ ମାଓ ମୁକ୍ତ ହେବ ବୋଲି ବି.ଏସ.ଏଫ୍ ଆଇଜି ଏସସି ବୁଡାକୋଟି ସୂଚନା ଦେଇଛନ୍ତି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.