ବୋଲଗଡ଼୧୪/୧୦(ପିପିଟି): ଗ୍ରାମାଞ୍ଚଳ ଲୋକମାନଙ୍କର ଗମନାଗମନ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ ପାଇଁ କୋଟିକୋଟି ଟଙ୍କା ବିନିଯୋଗ କରୁଛନ୍ତି ତେବେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଅବହେଳା ନେଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହା ସମ୍ପୁର୍ଣ ହୋଇନପାରି ଜନସାଧାରଣଙ୍କ ଯାତାୟତରେ ବାଧା ସୃଷ୍ଟି କରୁଛି ସେହିପରି ଏକ ରାସ୍ତା ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ଜାତୀୟ ରାଜପଥ ୫୭ ର ରାଜସୁନାଖଳା ଠାରୁ ନୟାଗଡ ଜିଲ୍ଲା ଭାପୁର ଠାରେ ରାଜ୍ୟ ରାଜପଥ ୫୮କୁ ସଂଯୋଗ କରୁଛି ଏହି ୧୬ କିମି ଲମ୍ବ ରାସ୍ତା ଟି ଉଭୟ ଜିଲ୍ଲା ପାଇଁ ଗୁରୁତ୍ବପୂର୍ଣ ହୋଇଥିବା ବେଳେ ପୁର୍ତ୍ତ ବିଭାଗ ପକ୍ଷରୁ ପ୍ରାୟ ୭/୮ବର୍ଷ ତେଳେ ବହୁକୋଟି ଟଙ୍କା ବିନିଯୋଗରେ ଏହାର ନିର୍ମାଣ କରାଯାଇଥିଲା ତେବେ ନିମ୍ନମାନର କାର୍ଯ୍ୟ ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତାଟି ଜରାଜୀର୍ଣ୍ଣ ହୋଇପଡିଥିଲା ବିଶେଷ ଭାବେ ବୋଲଗଡ ବ୍ଲକ ଅନ୍ତର୍ଗତ ବାଙ୍କୋଇ ଠାରୁ ସାଗରଗାଁ ପର୍ଯ୍ୟନ୍ତ ପ୍ରାୟ ୫କିମି ରାସ୍ତା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଏହାର ପୁନଃ ନିର୍ମାଣ କାର୍ଯ୍ୟ ଚାଲିଛି ମାତ୍ର ଦୀର୍ଘ ୪ମାସ ହେବ ଏହା ଧିରମନ୍ଥର ଗତିରେ ଚାଲିଥିବା ବେଳେ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି ରାସ୍ତାଟିରେ ଚିପିସ,ମେଣ୍ଟାଲ, ବଜୁରୀଗୁଣ୍ଡ ପକାଇ ରୋଲିଂ କରା ଯାଇଥିଲେ ମଧ୍ୟ ମୌଷୁମୀ ତଥା ଅନେକଥର ଲଘୁଚାପ ଜନିତ ବର୍ଷା କାରଣରୁ ଏହା ଧୋଇ ଯାଇ ରାସ୍ତାରେ ଅସଂଖ୍ୟ ଖାଲ ସୃଷ୍ଟି ହୋଇ ପାଣି ଜମା ହୋଇ ରହୁଛି ଫଳରେ ସେହି ଖାଲମଧ୍ୟ ଦେଇ ଯାତ୍ରା କରିବା ବିପଦସଂକୁଳ ହୋଇପଡିଛି ସାଗରଗୁଆଁ ବଜାର ମଧ୍ୟରେ ଏହି ରାସ୍ତାରେ ଥିବା ଖାଲଖମା ଗୁଡିକରେ ବର୍ଷାପାଣି ଜମିରହି ଅସ୍ବାସ୍ଥ୍ୟକର ପରିବେଶ ସହ ଯାତାୟତରେ ବିପଦ ସୃଷ୍ଟି କରୁଛି ସାଗରଗୁଆଁ ସରକାରୀ ଉଚ୍ଚବିଦ୍ୟାଳୟ ପଞ୍ଚାୟତ କାର୍ଯ୍ୟାଳୟ କଲ୍ୟାଣ ମଣ୍ଡପ ମନ୍ଦିର ଓ ପୁଷ୍କରଣୀ ଏହି ନିର୍ମାଣାଧିନ ରାସ୍ଥାପର୍ଶ୍ବରେ ଥିବା ବେଳେ ଏଥିନେଇ ଅକଥନୀୟ ଦୁର୍ଦ୍ଧଶା ଭୋଗୁଛନ୍ତି ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିରାଟ ଖାଲରେ ବହୁଦିନଧରି ପାଣି ଜମାହୋଇ ରହୁଛି ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ସେହି ଜଳପୁର୍ଣ ଖାଲରେ ଯିବାଆସିବା କରିବା ବେଳେ ଟିକିଏ ଅସତର୍କ ହେଲେ ଦୁର୍ଘଟଣାର ଆଶଙ୍କା ରହିଛି ପ୍ରାୟ ପ୍ରତ୍ୟହ୍ୟ ଛୋଟଛୋଟ ଦୁର୍ଘଟଣା ମାନ ଘଟୁଥିବାର ସୁଚନା ମିଳୁଛି ଏଥିନେଇ ଗ୍ରାମବାସୀ ମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଶିଘ୍ର ନିର୍ମାଣ କାର୍ଯ୍ୟ ସାରିବାପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)