ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟର ଏ1-ଗ୍ରେଡ ରେ ୨ଜଣ ।

0 244

ଭଞ୍ଜନଗର,୦୭/୦୭(ପିପିଟି): ଭଞ୍ଜନଗର ଠାରୁ ଫୁଲବାଣୀ ରାସ୍ତାର ଶ୍ରୀ ବିହାର ସ୍ଥିତ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ରେ ୨୦୨୨ ମାଟ୍ରିକ ପରୀକ୍ଷାରେ ମୋଟ ୪୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରେ A1 ଗ୍ରେଡ ରେ ୨ଜଣ କୃତକାର୍ଯ୍ୟ ହୋଇଛନ୍ତି। A2ଗ୍ରେଡ ରେ ୯ଜଣ,B1ଗ୍ରେଡ ରେ ୨୫ଜଣ ଓ B2ଗ୍ରେଡ ରେ ୧୩ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଙ୍କିତା ଭାରତୀ ସାହୁ ସର୍ବୋଚ୍ଚ ନଂ ୫୫୪ (୯୨.୩୩%) ଓ ଦ୍ଵିତୀୟ ସ୍ଥାନରେ ସୁଭମ ପାତ୍ର ୫୪୯ (୯୧.୫%)ନଂ ରଖି ସଫଳତା ହାସଲ କରିଛନ୍ତି। ଅଙ୍କିତାଙ୍କ ଘର କନ୍ଧମାଳ ଜିଲ୍ଲା ଗୁଟିଙ୍ଗିଅ ଗ୍ରାମରେ ଓ ସୁଭମଙ୍କ ଘର ମଧ୍ୟ କନ୍ଧମାଳ ଜିଲ୍ଲା ମଣ୍ଡାକିଆ ଗ୍ରାମରେ ବୋଲି ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.