ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟରେ ମେଧା ବୃତ୍ତି ପ୍ରଦାନ ।

0 313

ଭଞ୍ଜନଗର,୧୪/୦୧(ପିପିଟି); ଭଞ୍ଜନଗର ସ୍ଥିତ ଶ୍ରୀରାମ ନଗର ଠାରେ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ରେ ସ୍ଥାନୀୟ ସ୍ବେଛାସେବୀ ଅନୁଷ୍ଠାନ ବିଡେକା ତରଫରୁ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଗରୀବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ଶୀର୍ଷରେ ପହଞ୍ଚେଇବାକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଏହି ବିଦ୍ୟାଳୟର ୩ଜଣ ଛାତ୍ରଙ୍କୁ ପ୍ରତ୍ୟେକ ୨୫ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି।ସେମାନେ ହେଲେ ଅଷ୍ଟମ ଶ୍ରେଣୀରେ ଓଁ ପ୍ରଭୁଜ୍ୟୋତ୍,ସପ୍ତମ ଶ୍ରେଣୀର ଓଁ ବେହେରା ଏବଂ ଏସ. ପ୍ରଦ୍ୟୁମ୍ନ ପ୍ରଧାନ।ବିଡେକା ତରଫରୁ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଗୌଡ଼ଙ୍କ ଅଧ୍ୟକ୍ଷତାରେ ରାକେଶ ପଟ୍ଟନାୟକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଏଥିରେ ଉପସ୍ଥିତ ଥିଲେ।ବିଡେକାର ଏହି ସହଯୋଗ ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ଶତପଥି,ନିର୍ଦ୍ଦେଶକ ଶାନ୍ତନୁ କୁମାର ତ୍ରିପାଠୀ ସାଧୁବାଦ ଜଣାଇଛନ୍ତି। ଅନୁଷ୍ଠାନର ସଭାପତି ଶୂଳପାଣି ଶତପଥି,ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ରଓ ଅନ୍ୟ ମାନେ ଉପସ୍ଥିତ ଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.