ତିର୍ତ୍ତୋଲ,୨୯/୦୫(ପିପିଟି); ଶ୍ରଦ୍ଧା ସଵୁରୀ । ସାଇ ବାବାଙ୍କ ମାହାତ୍ମ୍ୟ କିଏ ବା ନ ଜାଣେ । ହଜାର ହଜାର ଶ୍ରଦ୍ଧାଳୁମାନଙ୍କର ସମର୍ପଣରେ ପ୍ରତ୍ୟକ୍ଷ ଭାଵେ ସାଥୀରେ ରହନ୍ତି ବୋଲି ବିଶ୍ଵାସ । ଆଜି ନନ୍ଦନ ଗ୍ରାମର ମୁରାରୀପୁର ଠାରେ ସାଇଵାଵାଙ୍କ ଚତୁର୍ଥ ବାର୍ଷିକୀ ପ୍ରତିଷ୍ଠା ଦିବସ ଅବସରରେ ଶହ ଶହ ଶ୍ରଦ୍ଧାଳୁଙ୍କ ଗହଣରେ ପୁରୋହିତଙ୍କ ଦ୍ଵାରା ଅଙ୍କୁରାରୋପଣ ଠାରୁ ପୂର୍ଣ୍ଣାହୁତି ଯାଏ ସମସ୍ତ କାର୍ଯ୍ୟ ସାଇ ପରିବାର ତଥା ମୁରାରୀପୂର ଓ କୋଠମୂଳ ଗ୍ରାମବାସୀଙ୍କ ଦ୍ବାରା ସଂପୂର୍ଣ୍ଣ କରାଯାଇଛି । ମୁଖ୍ୟ ପୁରୋଧା ଭାବେ ପ୍ରମୋଦ କୁମାର ମହାନ୍ତି ଓ ସଂଯୁକ୍ତା ମହାନ୍ତି ଏହି ଯଜ୍ଞ କାର୍ଯ୍ୟକୁ ସାଫଲ୍ଯ ମଣ୍ଡିତ କରିଛନ୍ତି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି । )
Next Post