ସାଇକେଲ ରାଲି ଦ୍ୱାରା କରୋନା ସଚେତନତା ।

0 458

ଭଞ୍ଜନଗର,୨୪/୧୦(ପିପିଟି);ଭଞ୍ଜନଗର ଏନ୍.ଏ.ସି ତରଫରୁ ଆଜି ସକାଳେ ସାଇକେଲ ରାଲି କରି କରୋନା ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ତହସିଲଦାର ଆଲୋକ କୁମାର ପ୍ରଧାନ, ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ, କୋଭିଡ଼ ମନିଟର, ସ୍ୱଚ୍ଛ ସାଥି ଓ ଏନ.ଏ.ସି କର୍ମଚାରୀ ମାନେ ସାମିଲ ହୋଇଥିଲେ। ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ଭିଡ଼କୁ ନଯିବା ଭଳି ବିଭିନ୍ନ ସ୍ଲୋଗାନ ଓ ପ୍ଲା କାର୍ଡ ମାଧ୍ୟମରେ ଏହି ରାଲି ସହର ପରିକ୍ରମା କରି ଜନ ସଚେତନତା ସୃଷ୍ଟି କରିଥିଲା।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.