ସାଂସଦ ଓ ବିଧାୟକଙ୍କ ଦ୍ୱାରା ନୂତନ ପଞ୍ଚାୟତ ଗୃହ ଉଦଘାଟିତ।

0 311

ନୟାଗଡ଼,୨୩/୧୨(ପିପିଟି): ନୂଆଗାଁ ବ୍ଲକ ମଧ୍ୟରେ ଥିବା ସୋରଡ଼ା ପଂଚାୟତ ଆଜକୁ ୫ ବର୍ଷ ପୂର୍ବରୁ ଏକ ସ୍ୱତନ୍ତ୍ର ପଞ୍ଚାୟତ ରୂପେ ଗଠିତ ହୋଇଥିଲା । ହେଲେ ନୂତନ ପଂଚାୟତ ହେବା ପରେ ତାହାର ଅଫିସ କାମ କରିବା ପାଇଁ ସେହି ପଂଚାୟତ ରେ ଗୋଟିଏ ସ୍ଥାୟୀ ଅଫିସ ଘର ଟିଏ ନଥିଲା । ଅଫିସ କାମ ଚାଲି ଥିଲା ଏକ କୋଠ ଘର ମଧ୍ୟରେ । ଦୀର୍ଘ ୫ ବର୍ଷ ପରେ ସରକାର ଅନୁଦାନ ରାଶି ପ୍ରଦାନ କରିବା ପରେ ଏକ ନୂତନ ଓ ସ୍ଥାୟୀ ପଞ୍ଚାୟତ ଗୃହ ନିର୍ମାଣ କରାଯାଇଛି । ଆଜି ମାନ୍ୟବର ସାଂସଦ କନ୍ଧମାଳ ଡ଼. ଅଚ୍ୟୁତାନନ୍ଦ ସାମନ୍ତ ଓ ସ୍ଥାନୀୟ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ନୂଆଗାଁ ପଂଚାୟତ ସମିତି ଅଧ୍ୟକ୍ଷ ଅନ୍ତର୍ଯ୍ୟାମି ସ୍ୱାଇଁ,ପଞ୍ଚାୟତ ସମିତି ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି,ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ନାୟକ , ସୋରଡ଼ା ପଞ୍ଚାୟତ ସରପଞ୍ଚ ଝୁମୁରି ନାୟକ ଓ ସମିତିସଭ୍ୟା ନନ୍ଦିନୀ ନାୟକଙ୍କ ସହିତ ବହୁ ସମ୍ମାନ ସ୍ପଦ ବ୍ୟକ୍ତି ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ମାନ୍ୟବର ସାଂସଦ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅଭିଭାଷଣ ଦେଇଥିଲେ ।

(ରିପୋର୍ଟ- ଜିତେନ୍ଦ୍ର ମହାପାତ୍ର ।)

Leave A Reply

Your email address will not be published.