ସାଂସଦଙ୍କ ମହାନୀୟତା, ଦୁର୍ଘଟଣାଗ୍ରସ୍ତ ଲୋକକୁ ମେଡିକାଲ ପଠାଇଲେ ।

0 360

ଜଗତସିଂହପୁର,୩୦/୧୦(ପିପିଟି); ଜଗତସିଂହପୁର ଠାରୁ ଅନତି ଦୂରରେ ଥିବା ଆଜି ଦିବା ପ୍ରାୟ ୧୦ଟା ସମୟରେ ସିଂହାରପୁର ଛକରେ ଏକ ଦ୍ରୁତଗାମୀ ଇଣ୍ଡିଗୋ କାର କଟକ ଆଡକୁ ଯିବା ସମୟରେ ମୋଟର ସାଇକେଲ ସହିତ ମୁହାଁମୁହିଁ ଧକ୍କା ହେବାରୁ ମୋଟଲ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିଲେ । ଏହି ସମୟରେ ଜଗତସିଂହପୁର ସାଂସଦ ଡ.ରାଜଶ୍ରୀ ମଲ୍ଲିକ କଟକ ଆଡୁ ଆସୁଥିବା ସମୟରେ ଦୁର୍ଘଟଣା ଦେଖି ଗାଡ଼ି ଅଟକାଇ ଥିଲେ । ଜଗତସିଂହପୁର ଜିଲ୍ଲା ଚିକିତ୍ସାଳୟକୁ ପଠାଇବାକୁ ବ୍ୟବସ୍ଥା କରିଵା ସହ ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଫୋନରେ କଥା ହୋଇଥିଲେ । ଆହତ ବ୍ୟକ୍ତି କଟରା ଗ୍ରାମପଞ୍ଚାୟତର ଵାଁବରଡା ଗ୍ରାମର ଲକ୍ଷ୍ମୀଧର ପଣ୍ଡା ବୋଲି ଜଣାପଡିଛି। ତାଙ୍କୁ ଜଗତସିଂହପୁର ଜିଲ୍ଲା ଚିକିତ୍ସାଳୟରୁ କଟକସ୍ଥିତ ଏକ ନର୍ସିହୋମକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Leave A Reply

Your email address will not be published.