ତିର୍ତ୍ତୋଲ,୩୦/୦୮(ପିପିଟି); ବ୍ଲକ୍ ପ୍ରଶାସନ ତିର୍ତ୍ତୋଲ ଓ ଜିଲ୍ଲା ପ୍ରଶାସନ ଜଗତସିଂହପୁର ଆନୁକୁଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ତିର୍ତ୍ତୋଲସ୍ଥ ଆଦିକବି ସାରଳା ଦାସ ମହାବିଦ୍ୟାଳୟରେ ଜଗତସିଂହପୁର ସାଂସଦ ଡ. ରାଜଶ୍ରୀ ମଲ୍ଲିକଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଏଥିରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ତିର୍ତ୍ତୋଲ ବ୍ଲକ୍ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଅଧ୍ୟକ୍ଷା ସନ୍ଧ୍ଯାରାଣୀ ମହାନ୍ତି, ଜଗତସିଂହପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଜାତା ମହାପାତ୍ର, ବିଜେଡି ସଭାପତି ତଥା ୪ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ବିଶ୍ୱାଳ, ତିର୍ତ୍ତୋଲ ବିଡ଼ିଓ ଅଟକ ବିହାରୀ ସ୍ଵାଇଁ ପ୍ରମୁଖ ଯୋଗଦେଇଥିଲେ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)
Prev Post