କବିସୂର୍ଯ୍ୟନଗର,୨୨/୦୩(ପିପିଟି):ରବିବାର ଦିନ ଓଡ଼ିଶା ରାଜ୍ୟର ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଞ୍ଚଳର ସାମନ୍ତରାପଲ୍ଲୀ ଗ୍ରାମରେ ସହିଦ ବି.ଏସ.ଏଫ ଯବାନ ନାରାୟଣ ନାହାକଙ୍କ ସାର୍ଟିଫିକେଟ ଗ୍ରହଣ ସମାରୋହ ପାଇଁ ଅଖିଳ ଭାରତୀୟ ପୂର୍ବ ସୈନିକ ସେବା ପରିଷଦର ସଭାପତି ବ୍ରିଗେଡିୟର ଅଭିମନ୍ୟୁ ରାଉତଙ୍କ ନିର୍ଦ୍ଦେଶରେ ରାଜ୍ୟର ମହାମନ୍ତ୍ରୀ ଗଗନ ବିହାରୀ ଦାସ ଏବଂ ସଙ୍ଗଠନ ମନ୍ତ୍ରୀ ଠାକୁର କଂଗ୍ରେସ ପ୍ରଧାନ ଏବଂ ସେହି ଅଞ୍ଚଳର ସମସ୍ତ ଏ.ବି.ପି.ଏସ.ଏସ.ପି ର ଅବସର ପ୍ରାପ୍ତ ଭେଟରାନ୍ ଏବଂ ମାତୃଶକ୍ତି ଯୋଗଦେଇ ଉକ୍ତ ଉତ୍ସବକୁ ପାଳନ କରିଥିଲେ । ୭୬ ବାଟାଲିୟନର ଡି.ସି.ପି କମାଣ୍ଡେଣ୍ଟ ସନ୍ତୋଷ କୁମାର ଏବଂ ତାଙ୍କ ସାଥି ଆଦି ସାମନ୍ତରାୟପଲ୍ଲୀ କୁ ଆସି ସହିଦଙ୍କ ସ୍ତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ସେଥିରେ ସେହି ଅଞ୍ଚଳର ସରପଞ୍ଚ , ନାଏବ ସରପଞ୍ଚ ଏବଂ ବହୁ ଗ୍ରାମବାସୀ ବି ଯୋଗଦେଇଥିଲେ । ପ୍ରଥମେ ସହିଦଙ୍କ ପାଇଁ ଦୀପ ପ୍ରଜ୍ବଳନ କରାଯାଇଥିଲା ଏବଂ ପରେ ଉତ୍ସବଟିକୁ ଗ୍ରାମବାସୀ ମାନଙ୍କ ଗହଣରେ ପାଳନ କରାଗଲା । ଏହାପରେ ସେହି ଅଞ୍ଚଳର ପ୍ରତାପ ରୁଦ୍ର ପାଢ଼ୀଙ୍କ ୭୧ ଜନ୍ମ ଉତ୍ସବ ପାଳନ କରାଗଲା । ସମସ୍ତ ଭେଟେରାନ୍ ଏବଂ ମାତୃଶକ୍ତିଙ୍କୁ ନେଇ ଓଡ଼ିଶା ରାଜ୍ୟପାଇଁ ମହାମନ୍ତ୍ରି , ଉପସଭାପତି , ସଙ୍ଗଠନ ମନ୍ତ୍ରୀ ଯଥା ମହାମନ୍ତ୍ରି ଗଗନ ବିହାରୀ ଦାସ , ସଙ୍ଗଠନ ମନ୍ତ୍ରୀ ଠାକୁର କଂଗ୍ରେସ ପ୍ରଧାନ , ଉପସଭାପତି କେପଟେନ୍ ବି.ବି ଦାସଙ୍କ ଲିଖିତରେ ନିଯୁକ୍ତି ଦିଆଗଲା । ଏଣୁ ଆଜିଠୁ ରାଜ୍ୟବାସୀ ଭୂତପୂର୍ବ ସୈନିକ ପରିବାରଙ୍କୁ ଅନୁରୋଧ ସରକାରଙ୍କ ମାନ୍ୟତା ପାଇଥିବା ଅଧିକ ଭାରତୀୟ ସୈନିକ ସେବା ପରିଷଦରେ ନାମ ବିନା ଟଙ୍କାରେ ରେଜିଷ୍ଟ୍ରେସନ୍ କରି ସରକାରଙ୍କ ଠାରୁ ପାଇପାରୁଥିବା ସବୁ ସାହାଯ୍ଯକୁ ଗ୍ରହଣ କରିପାରିବେ । ଆପଣ ମାନଙ୍କ ଆଶୀର୍ବାଦ ରେ ( ଭୂତପୂର୍ବ ସୈନିକ ଏବଂ ବିରନାରୀ ) ଏହି ସଙ୍ଗଠନକୁ ଆହୁରି ମଜବୁତ୍ କରି ଆପଣ ସଭି ଭୂତପୂର୍ବ ଭେଟରାନଙ୍କ ମଙ୍ଗଳ କାମନା କରାଯାଇଥିଲା ।