ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ମହମବତୀ ପଦଯାତ୍ରା।

0 554

ବୋଲଗଡ,୦୯/୦୪(ପିପିଟି); ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଠାରେ ମାଓବଦୀଙ୍କ ଆକ୍ରମଣରେ ସହିଦ ହୋଇଥିବ ୨୪ ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ଅମର ଆତ୍ମାର ସଦଗତି ନିମନ୍ତେ ବୋଲଗଡ ବ୍ଲକ ସଂପୁର ଗ୍ରାମବାସୀଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ପଦଯାତ୍ରା ଆୟୋଜିତ ହୋଇଯାଇଛି । ସଂପୁର ଗ୍ରାମର ଅଧିଷ୍ଠିତ ଦେବୀ ମା ବାଉତି ଠାକୁରାଣୀଙ୍କ ଠାରୁ ଏହି ପଦଯାତ୍ରା ଆରମ୍ଭହୋଇଥିଲା , ପ୍ରଥମେ ଦୀପଦାନ, ସହିଦଙ୍କ ଉଦ୍ଦେଶ୍ଯରେ ୨ ମିନିଟ୍ ନୀରବ ପ୍ରାର୍ଥନା ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହି ମହମବତୀ ଶୋଭାଯାତ୍ରା ଗ୍ରାମର ପ୍ରତି ସାହି ପରିକ୍ରମା କରି ଶ୍ରୀ ବାଲୁଙ୍କେଶ୍ୱର ମନ୍ଦିର ଠାରେ ସମାପ୍ତ ହୋଇଥିଲା । ଏଥିରେ ପାଞ୍ଚଗଡ ସୃଜନଶୀଳ ସମିତିର ସଭାପତି ପ୍ରମୋଦ କୁମାର ସ୍ୱାଇଁ , ସରସ୍ଵତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବିରଞ୍ଚି କୁମାର ସାହୁ,ସାମ୍ୱାଦିକ ନିରଞ୍ଜନ ନାୟକ, ଶିକ୍ଷାବିତ ସାଧୁଚରଣ ମହାପାତ୍ର ,ଅବିନାଶ ମହାନ୍ତି, ହରପ୍ରସାଦ ମହାନ୍ତି, ହୁଦାନନ୍ଦ ସାହୁ, ନାରାୟଣ ରଣସିଂହ, ପ୍ରମୁଖ ଯୋଗ ଦେଇଥିବା ବେଳେ ବୋଲଗଡର ଅଗ୍ରଣୀ ଯୁବ ସଂଗଠନ ମିଶନ କର୍ମ ର ସଭ୍ୟ ମାନେ ଯୋଗଦେଇଥିଲେ । ଏହି କାର୍ଯ୍ଯକ୍ରମରେ କୋଭିଡ୍ -୧୯ ନିୟମକୁ ପାଳନ କରାଯାଇଥିଲା । ଉକ୍ତ କା୍ଯ୍ୟକ୍ରମକୁ ପ୍ରିୟବ୍ରତ ଦାସ,ନେପାଳ ଚନ୍ଦ୍ର ଲେଙ୍କା, ଲକ୍ଷ୍ମୀଧର ବଳବନ୍ତରାୟ, ପୂର୍ଣ୍ଣଚନ୍ଦ୍ର ଲେଙ୍କା , ଚିକୁ ମହାନ୍ତି, ସୂର୍ଯ୍ୟକାନ୍ତ ସାହୁ , ସତ୍ୟରଞ୍ଜନ ବେହେରା, ବିଶ୍ବିଜିତି ଓଝା,ସତ୍ୟଜିତ ଦେଓ, ସୂର୍ଯ୍ୟକାନ୍ତ ବେହେରା,ସୁମନ୍ତ ଦେଓ ପ୍ରମୁଖ କାଯ୍ୟକ୍ରମ ପରିଚାଳନା କରିଥିଲେ ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ ।)

Leave A Reply

Your email address will not be published.