ବାଲିଗୁଡା,୦୭/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ପକାରୀ ପଞ୍ଚାୟତରେ ଘଟିଛି ଏକ ଜଘନ୍ୟକାଣ୍ଡ । ସୂଚନାନୂସାରେ ଚଳିତ ଫେବୃଆରୀ ୧ ତାରିଖ ରେ ଓସେଫ ବଡ଼ମାଝି,(୨୩) ର ବାହାଘର ଥିଲା କିନ୍ତୁ ତା ପୂର୍ବରୁ ଗତ ୨୯ଜାନୁଆରୀ ରେ ନିଜ ଗ୍ରାମ ର ତିନି ଜଣ ଯୁବତୀଙ୍କ ସହ ମିଶି ଏକ ଭୋଜି ଓ ମଦ୍ୟପାନ କରି ମଜାମସ୍ତି କରିବାକୁ କଥା ହୋଇଥିଲା ଓ ଗାଁ ରୁ ୫୦୦ମିଟର ଦୂର ପେନାପେଟି ଜଙ୍ଗଲ ରେ ସନ୍ଧ୍ୟା ୫ ଟା ସମୟରେ ସଲପ ତାଡି ଉକ୍ତ ତିନି ଜଣ ଯୁବତୀ ସହ ମିଶି ଓସେଫ ପିଇଥିଲା, ହେଲେ ସେଥିମଧ୍ୟରୁ ଦୁଇଜଣ ଯୁବତୀ ନିଶାସକ୍ତ ଅବସ୍ଥାରେ ଯେନତେନ ପ୍ରକାରରେ ଘରକୁ ଫେରି ଆସିଥିଲେ କିନ୍ତୁ ରହିଯାଇଥିବା ଜନୈକ ଯୁବତୀ ନିଶା ଅବସ୍ଥାରେ ଥିବା ସମୟ ରେ ଓସେଫ ନିଜର ସମ୍ପର୍କୀୟ ଭାଇ ନୀଳାମ୍ବର ବଡ଼ମାଝିଙ୍କୁ ଡାକି ସହଯୋଗ କରିବାକୁ କହିଥିଲେ ଏବଂ ଓସେଫ, ନୀଳାମ୍ବର ଦୁହେଁ ମିଶି ଦୁଷ୍କର୍ମ କରିଥିଲେ । ଫଳରେ ଦୁଷ୍କର୍ମ କଥାଟି ପରିବାର ଲୋକ ଜାଣିବା ପରେ ପ୍ରଥମେ ନୀଳାମ୍ବରର ପରିବାକୁ ଜଣାଇଥିଲେ ଓ ଗ୍ରାମରେ ବିଚାର ବିମର୍ଶ ପରେ କୌଣସି ସମାଧାନ ନ ହେବାରୁ ବାଧ୍ୟ ହୋଇ ପୀଡିତା ପରିବାର କୋଟଗଡ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ ଏବଂ ଅଭିଯୋଗ ଆଧାର ରେ କୋଟଗଡ ଥାନା ଅଧିକାରୀ ଅଲେଖ ଗରଡିଆ, କେସ ନଂ -୫/୨୧ ପ୍ରକାରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା କହିଛନ୍ତି, ହେଲେ ଥାନା ରେ ମାମଲା ରୁଜୁ ହେବା ପରେ ପୀଡିତାଙ୍କୁ ନେଇ ଡାକ୍ତର ରିପୋର୍ଟ ପାଇଁ ପୁଲିସ କୁ ୩ଦିନ ନାକେଦମ ହବାକୁ ପଡ଼ିଥିବା ଜଣାପଡିଛି । କାରଣ ପ୍ରଥମେ କୋଟଗଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ସେଠାରୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଓ ସେଠାରୁ ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଫୁଲବାଣୀ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ଯିବା ପରେ ଡାକ୍ତରୀ ରିପୋର୍ଟ ମିଳିଥିଲା କିନ୍ତୁ ଜଣେ ପୀଡିତା ର ଡାକ୍ତର ରିପୋର୍ଟ ପାଇଁ ବାରଦୁଆର ଶୁଣ୍ଢୀପିଣ୍ଡା କରାଯାଏ ତାହେଲେ ଦୁଷ୍କର୍ମର ତଥ୍ୟ ତଦନ୍ତ ବାଟବଣା ସମ୍ଭାବନାକୁ କେତେ ଦୂର ଏଡାଇହେବ ଓ ପୀଡିତା ନ୍ୟାୟ ପାଇବ ତ ? ଯଦି ପୁଲିସ ଅଧିକାରୀ ପୀଡ଼ିତାକୁ ନେଇ ଡାକ୍ତରଖାନାରୁ ଡାକ୍ତରଖାନା କୁ ତିନି ଦିନ ବୁଲିବେ, ତା ହେଲେ ଯଦି କିଛି ଅସୁବିଧା ହୋଇଥାନ୍ତା ସେଥିପାଇଁ କିଏ ଦାୟୀ ହେବ ? ପୀଡିତା କୁ ଫେରାଇ ଦେଇଥିବା ଡାକ୍ତର ନା ଆଉ କିଏ ? ବାଲିଗୁଡ଼ା ଉପଖଣ୍ଡ ଓଡ଼ିଶାର ସବୁଠାରୁ ବଡ଼ ଉପଖଣ୍ଡ ହୋଇ ଥିଲେ ମଧ୍ୟ ମହିଳା ଡାକ୍ତରଙ୍କ ଅଭାବ ହେତୁ ଏହି ଭଳି ଅସୁବିଧାର ସମୁଖୀନ ହେବାକୁ ହେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ବାଲିଗୁଡ଼ା ଉପଖଣ୍ଡ ରେ ଶାସକ, ପ୍ରଶାସନ , ବିରୋଧୀ ସମସ୍ତେ ଏଠି ଚୁପ୍ ବୋଲି ଏହି ସମସ୍ୟା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
(ରିପୋର୍ଟ- ସୁଶାନ୍ତ କୁମାର ପାଣିଗ୍ରାହୀ)
(ରିପୋର୍ଟ- ସୁଶାନ୍ତ କୁମାର ପାଣିଗ୍ରାହୀ)