ସର୍ଟ ସର୍କିଟରୁ ଜଳିଗଲା ଦୋକାନ ଘର ।

0 249

କୋଦଳା,୨୮/୦୫(ପିପିଟି): ଶନିବାର ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ୮ ନମ୍ବର ୱାର୍ଡ ଇନାମ ବେଲପଡା ଠାରେ ସର୍ଟସର୍କିଟ ଯୋଗୁଁ ଗୋଟିଏ ଦୋକାନ ସମେତ ଦୁଇବଖରା ଘର ପୋଡ଼ିଯାଇଥିବା ଜଣାଅପଡ଼ିଛି ପ୍ରତିଦିନ ଭଳି ଆଜିମଧ୍ୟ କାଳିଆ ଜେନା ଦୋକାନ ଖୋଲି ବ୍ୟବସାୟ କରୁଥିବା ସମୟ ରେ ହଠାତ ଫ୍ରୀଜ଼ ନିକଟରୁ ନିଆଁ ବାହାରି ଦୋକାନ ସାରା ବ୍ୟାପିଯାଇଥିଲା ଅପରାହ୍ନରେ ସର୍ଟ ସର୍କିଟରୁ ନିଆଁ ଲାଗି ଦୁଇ ଜଣଙ୍କ ୨ ବଖରା ଘର ପୋଡି ଯାଇଥିବା ଜଣାପଡ଼ିଛି।ନିଆଁ ଲାଗିଯିବା ପରେ ଗ୍ରାମବାସୀ ବିଦ୍ୟୁତ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ,ତୁରନ୍ତ ବିଦ୍ୟୁତ ସରବରାହ ବିଛିନ୍ନ ହୋଇଥିବା ବେଳେ କୋଦଳା ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ କିନ୍ତୁ ସେତେବେଳକୁ କାଳିଆର ଦୋକାନଟି ସମ୍ପୂର୍ଣ ଜାଳି ପାଉଁଶ ହୋଇଯିବା ସହ ନିକଟ ଘରଏକ ବଖରା ଏବଂ ପଡୋଶୀ ପୋଲେଇ ର ଗୋଟିଏ ବଖରା ପୋଡ଼ିଯାଇଥିଲା । କାଳିଆ ଅତି ଗରିବ ଏବଂ ନିଜ ଘର ଦାଣ୍ଡରେ ଛୋଟିଆ ଦୋକାନ କରି ନିଜ ପରିବାର ଚଳାଉ ଥିଲା । କ୍ଷତିପୂରଣ ବାବାଦକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.