ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଚିତ୍ରାଙ୍କନ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ।

0 189

ଦିଗପହଣ୍ଡି,୦୨/୧୦(ପିପିଟି); ଗଂଜାମ ଜିଲ୍ଲା ସ୍ତରୀୟ ଏକ ଚିତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ ପ୍ରାୟ ୮,୦୦୦ ର ରୁ ଅଧିକ ଶିଶୁ ଅଂଶ ଗ୍ରହଣ କରିଥିଲେ।ଚିତ୍ର ପ୍ରତିଯୋଗିତା ରେ ପ୍ରଥମେ ବ୍ଲକ ସ୍ତରରେ ସିଲେକସନ୍ ହେଲା ପରେ ଯୋଉ ଶିଶୁ ମାନେ ପ୍ରଥମ କିମ୍ବା ଦ୍ଵିତୀୟ ସ୍ଥାନ ଅଧିକାର କରିବେ ତାଙ୍କୁ ଜିଲ୍ଲା ସ୍ତରୀୟ ପୁରସ୍କାର ପ୍ରଦାନ କରାଯିବ। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ଦିଗପହଣ୍ଡିର ସପ୍ତମ ଶ୍ରେଣୀ ର ଛାତ୍ର ରୁଦ୍ର ପ୍ରସାଦ ମିଶ୍ର ଜିଲ୍ଲା ସ୍ତର ରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ଆଜି ସନ୍ଧ୍ୟା ସମୟରେ ଜିଲ୍ଲାପାଳ ଙ୍କ ସହ ଭିଡିଓ କନଫରେନ୍ସ ଦ୍ଵାରା ଦିଗପହଣ୍ଡି ବି. ଡି.ଓ ହଳଧର ଶବର , ବିଇଓ ବସନ୍ତ କୁମାର ପଣ୍ଡା ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତରେ ପୁରସ୍କାର ପ୍ରଦାନ କରାଗଲା ଏବଂ କୋରୋନା ସଚେତନାର ବାର୍ତ୍ତା ପ୍ରଦାନ କରା ଗଲା । (ରିପୋର୍ଟ – ସାଇଦୀପ୍ ପୂଜାରୀ ।)

Leave A Reply

Your email address will not be published.