ସରପଞ୍ଚ ଦାୟିତ୍ୱ କାହାରିକୁ ନଦେବାଫଳରେ ପଞ୍ଚାୟତ ବାସୀ ହନ୍ତସନ୍ତ ।

0 320

ରାୟଗଡା,୧୭/୧୦(ପିପିଟି); ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକର ମେଟୁ ଖିଲିଙ୍ଗିରାଇ ପଞ୍ଚାୟତ ପୂର୍ବତନ ସରପଞ୍ଚ ଅପାରାଓ ମୁଟିକା ସେପ୍ଟେମ୍ବର ୧୬ତାରିଖରେ ମୃତ୍ୟୁବରଣ କରିବା ପରେ ଦୀର୍ଘ ଏକ ମାସରୁ ଉର୍ଦ୍ଧ ହେଲା କାହାରିକୁ ସରପଞ୍ଚ ଦାୟିତ୍ୱ ଦିଆଯାଇନାହିଁ। ଫଳରେ ମନରେଗା,ପେନସନ ଏବଂ ଅନ୍ୟାନ୍ୟ ବିକାଶ ମୂଳକ କାମ ହୋଇପାରୁନାହିଁ ଏବଂ ଯେଉଁ କାମ ଆଗରୁ ସରିଛି ତାହାର ପ୍ରାପ୍ୟ ନ ମିଳିବା ଫଳରେ ଗରିବ ମଜୁରିଆ ଶ୍ରେଣୀର ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ଏହି ପଂଚାୟତରେ ମୋଟ ୧୧ଗୋଟି ୱାର୍ଡ ରହିଥିବା ବେଳେ ଜଣେ ମୃତ୍ୟୁବରଣ ପରେ ଖାଲିପଡିଛି ଏବଂ ଅନ୍ୟ ଗୋଟିଏ ସଭ୍ୟ ନିଖୋଜ ଅଛନ୍ତି। ବର୍ତ୍ତମାନ ୯ଜଣ ୱାର୍ଡ ସଭ୍ୟ/ସଭ୍ୟା ରହିଥିବାବେଳେ ସେଥିରୁ ୭ଜଣ ୱାର୍ଡ ମେମ୍ବର ଏକାଠି ହୋଇ ଗୁଡାରି ବି.ଡ଼ି.ଓ, ଗୁଣୁପୁର ଉପଜିଲ୍ଲାପାଳ,ଜିଲ୍ଲା ପଞ୍ଚାୟତ ଅଧିକାରୀ ଏବଂ ରାୟଗଡା ଜିଲ୍ଲାପାଳଙ୍କୁ ଆବେଦନ କରିଛନ୍ତି ଯେ, ଏହି ପଞ୍ଚାୟତର ନାଏବ ସରପଞ୍ଚଙ୍କୁ ଦାୟିତ୍ୱ ନଦିଆଯାଉ ,କାରଣ ତାଙ୍କର କୌଣସି ଶିକ୍ଷାଗତ ଯୋଗ୍ୟତା ନାହିଁ। ପଞ୍ଚାୟତ ବାସୀ ସମୁହ ଭାବେ ତାଙ୍କୁ ବିରୋଧ କରନ୍ତି ଏବଂ ସେ ବିଭିନ୍ନ ଦୁର୍ନୀତିରେ ଜଡ଼ିତ ଅଛନ୍ତି। ତେଣୁ ୭ଜଣ ୱାର୍ଡ ସଭ୍ୟ/ସଭ୍ୟାଙ୍କ ନିଷ୍ପତ୍ତି ପ୍ରକାରେ ଅନ୍ୟ କାହାରିକୁ ଦାୟିତ୍ୱ ଦେଲେ କୌଣସି ଆପତ୍ତି ରହିବ ନାହିଁ । ଏହି ୭ଜଣ ୱାର୍ଡ ସଭ୍ୟ/ସଭ୍ୟା ଅଜ୍ଞାତବାସରେ ରହି ୩ଦିନ ତଳେ ଆସି ବିଭିନ୍ନ ଅଧିକାରୀଙ୍କୁ ଆବେଦନ କରିଛନ୍ତି ଯେ ଯଦି ବର୍ତ୍ତମାନର ନାଏବ ସରପଞ୍ଚଙ୍କୁ ଦାୟିତ୍ୱ ଦିଆଗଲେ ସମୁହଭାବେ ଇସ୍ତଫା ଦେବେ କିମ୍ବା ପଞ୍ଚାୟତରେ କୌଣସି କାମରେ ସହଯୋଗ ନକରି ସ୍ଥାଣୁ କରିଦେବେ।ପଞ୍ଚାୟତ ନିର୍ବାହୀ ଅଧିକାରୀ ଗତ ୧୭-୦୯-୨୦୨୦ରେ ଚିଠି ନଂ-୩୮ରେ ଗୁଡାରି ବିଡ଼ିଓଙ୍କୁ ତୁରନ୍ତ ସମାଧାନ କରିବାକୁ ଲେଖିଥିଲେ । ଗୁଡାରି ବିଡ଼ିଓ, ରାୟଗଡା ଜିଲ୍ଲା ପଂଚାୟତ ଅଧିକାରୀଙ୍କୁ ଏହି ବିଷୟରେ ଜଣାଇଥିଲେ ମଧ୍ୟ କୋୖଣସି ଉତ୍ତର ମିଳିନାହିଁ। ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କ ନିଜ ଗ୍ରାମ ଏବଂ ପଞ୍ଚାୟତ ମେଟୁ ଖିଲିଙ୍ଗିରାଇ ହୋଇଥିବାବେଳେ ତୁରନ୍ତ ଏହି ବିଷୟ ସମାଧାନ କରିବାକୁ ୭ଜଣ ୱାର୍ଡ ସଭ୍ୟ/ସଭ୍ୟା ଅନୁରୋଧ କରିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ବିଷୟରେ ଉପଯୁକ୍ତ ତଦନ୍ତ କରି ସମାଧାନର ପନ୍ଥା ବାହାର କରିବେ ବୋଲି ପଞ୍ଚାୟତ ବାସୀ ଚାହିଁ ରହିଛନ୍ତି।

(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )

Leave A Reply

Your email address will not be published.