ସରପଞ୍ଚମାନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ।

0 339

ମାଲକାନଗିରି,୧୫/୦୭(ପିପିଟି): ସଶକ୍ତ ପଞ୍ଚାୟତିରାଜ୍ ପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ/ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଦୁଇ ସପ୍ତାହ ଧରି ପର୍ଯ୍ୟାୟ କ୍ରମେ ଚାଲିଥିବା ଶିକ୍ଷଣ କାର୍ଯ୍ୟକ୍ରମ ତାହା ଆଜି ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଉଦଯାପିତ ହୋଇ ଯାଇଛି ।ପ୍ରଥମ ପର୍ଯ୍ୟାୟ ରେ ୪ ଜୁଲାଇରୁ ତାରିଖ ଠାରୁ ୮ ଜୁଲାଇ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୧୧ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସରପଞ୍ଚମାନଙ୍କୁ ନେଇ ଆବାସିକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ଜିଲ୍ଲାର ୭ ଗୋଟି ବ୍ଲକ୍ ଯଥା ପଡିଆ, ଚିତ୍ରକୋଣ୍ଡା, ମାଲକାନଗିରି,କୋରୁକୋଣ୍ଡା, କାଲିମେଳା, ମାଥିଲି ଏବଂ ଖଇରପୁଟ ବ୍ଲକରେ ଥିବା ୧୧୧ ଗୋଟି ସରପଞ୍ଚମାନେ ଏହି ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗନେଇ ଥିଲେ। ମୁଖ୍ୟତଃ ସରକାରଙ୍କ ସମସ୍ତ ବିଭାଗର ସମସ୍ତ ଯୋଜନାର ଫାଇଦା ସାଧାରଣରୁ ଅତିସାଧାରଣ ଜନତାଙ୍କ ପାଖରେ କିପରି ପହଞ୍ଚି ପାରିବ ତା ସହିତ ଏକ ସୁଦୃଢ଼ ପଞ୍ଚାୟତ ଗଠନ ହୋଇପାରିବ,ଏହି ଉଦ୍ଦେଶ୍ୟରେ ସରପଞ୍ଚମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମୁଖ୍ୟ କାର୍ଯ୍ଯନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଭୂୟାଁ,ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା କର୍ମନିୟୋଜନ ଅଧିକାରୀ, ଏପିଡି ହିମାଂଶୁ ମହାରଣା,ତାଲିମ ଦାତା ସପନ ସିଂହ ଓ ମନୋରଞ୍ଜନ ଦାଶ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଏବଂ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ସାଫଲ୍ଯ ମଣ୍ଡିତ କରିଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.