ସରକାରୀ ସାହାଯ୍ୟ ଅପେକ୍ଷାରେ ମୃତ ଗୃହରକ୍ଷୀଙ୍କ ବେସାହାରା ପରିବାର ।

0 376

ଯାଜପୁର,୦୫/୧୨(ପିପିଟି); ଆଖିରୁ ଶୁଖୁନି ଲୁହ। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ପରିବାର ଲୋକେ ସଂପୂର୍ଣ୍ଣ ବେସାହାରା । ଗୃହରକ୍ଷୀ ଥାଇ ଥାନାରେ କାର୍ୟ୍ୟରତ ଥିବା ସମୟରେ ମୃତ୍ୟୁ ଘଟିଲା । ମୃତ୍ୟୁକୁ ୨ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଏଯାଏ ମିଳିନି କୌଣସି ସରକାରୀ ସହାୟତା । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇବା ପରେ ଅଭାବ ଅନଟନ ଭିତରେ ବିତୁଛି ମୃତ ଗୃହରକ୍ଷୀଙ୍କ ପରିବାରର ଜୀବନ । ଆମେ କହୁଛୁ ଗୃହରକ୍ଷୀ ଶତ୍ରୁଘ୍ନ ବେହେରାଙ୍କ ପରିବାର ବିଷୟରେ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଦୀର୍ଘ ବର୍ଷ ଧରି ଗୃହରକ୍ଷୀ ଭାବେ କାର୍ଯ୍ଯ କରୁଥିଲେ ନିକଟସ୍ଥ ପତରାଜପୁର ଗ୍ରାମର ଶତ୍ରୁଘ୍ନ ବେହେରା । ତେବେ ଗତ ୨୦୧୮ ମସିହା ଜୁଲାଇ ମାସରେ ଶତ୍ରୁଘ୍ନଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା । ଇତିମଧ୍ୟରେ ଶତୃଘ୍ନଙ୍କ ମୃତ୍ୟୁକୁ ଦୁଇ ବର୍ଷରୁ ଅଧିକ ସମୟ ବିତିସାରିଲାଣି । ହେଲେ ଏବେ ପର୍ଯ୍ଯନ୍ତ ତାଙ୍କ ପରିବାରକୁ କୌଣସି ସରକାରୀ ସହାୟତା ମିଳିପାରିନାହିଁ ।ଦୁଇ ପୁଅ ଓ ତିନି ଝିଅଙ୍କୁ ନେଇ ମୃତ ଶତ୍ରୁଘ୍ନଙ୍କ ପତ୍ନୀ ସୀତା ବେହେରା ଏବେ ଆର୍ଥିକ ଅନଟନର ଶିକାର ହୋଇ ଅତି ଦୟନୀୟ ଜୀବନ ବିତାଉଛନ୍ତି । ପିଲାମାନଙ୍କୁ ନେଇ କିଭଳି ପରିବାର ପ୍ରତିପୋଷଣ କରିବେ ସେ ନେଇ ଚିନ୍ତାରେ ପଡିଛନ୍ତି ମୃତ ଶତ୍ରୁଘ୍ନଙ୍କ ପତ୍ନୀ ସୀତା । ଜମିବାଡି ନଥିବା ଏହି ପରିବାରର ଜଣେ ହେଲେ କେହି ବି ରୋଜଗାରକ୍ଷମ ନୁହଁନ୍ତି । ଶତ୍ରୁଘ୍ନଙ୍କ ବଡଝିଅ ଲକ୍ଷ୍ମୀପ୍ରିୟା ଅଧାରୁ ପାଠ ଛାଡି ସିଲେଇ କାମ କରୁଛନ୍ତି । ଅନ୍ୟ ୨ପୁଅ ଓ ୨ଝିଅ ଏବେ ବି ପାଠ ପଢୁଛନ୍ତି କ୍ଷଗୃହରକ୍ଷୀ ଥାଇ ଥାନାରେ କାର୍ଯ୍ୟରତ ଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପୋଲିସ ବିଭାଗ କିମ୍ବା ସରକାରଙ୍କ ପକ୍ଷରୁ ଏହି ପରିବାରକୁ ଏ ଯାଏଁ କୌଣସି ସହାୟତା ଯୋଗାଇ ଦିଆଯାଇନାହିଁ । ଏନେଇ ମୃତ ଶତୃଘ୍ନଙ୍କ ବିଧବା ପତ୍ନୀ ସୀତା ସରକାରଙ୍କ ଘରୋଇ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ବହୁବାର ଭେଟି ନିଜର ଦୁଃଖର କାହାଣୀ ଜଣାଇଥିଲେ ମଧ୍ୟ କୈାଣସି ସୁଫଳ ମିଳିନାହିଁ ।ଅପରପକ୍ଷେ ଗୃହରକ୍ଷୀ ଚାକିରୀ କରିଥିବା ବ୍ୟକ୍ତି ଯଦି କାର୍ଯ୍ୟରତ ଥିବା ସମୟରେ ମୃତ୍ୟୁ ଘଟେ ତେବେ ସରକାରଙ୍କ ପକ୍ଷରୁ ତାଙ୍କ ପରିବାରକୁ ଏକ କାଳୀନ ୩ଲକ୍ଷ ଟଙ୍କା ଆର୍ଥକ ଅନୁଦାନ ଯୋଗାଇ ଦେବାପାଇଁ ବ୍ୟବସ୍ଥା ରହିଛି । ତେବେ ଶତୃଘ୍ନଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୨ବର୍ଷ ବିତି ଯାଇଥିଲେ ବି ଏହି ପରିବାରକୁ ସରକାରଙ୍କ ବ୍ୟବସ୍ଥା ମଧ୍ୟରେ ସାମିଲ କରାନଯିବା ଅତ୍ୟନ୍ତ ଦୁଃଖର ବିଷୟ ।ତୁରନ୍ତ ଏହି ବେସାହାରା ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବା ସହ ଗୃହରକ୍ଷୀ ବିଭାଗରେ ଜଣଙ୍କୁ ନିଯୁକ୍ତ ଦେବା ପାଇଁ ଦାବି ହୋଇଛି ।

Leave A Reply

Your email address will not be published.