ସରକାରୀ ସହାୟତା ନପାଇ ନରସିଂହ ଗୌଡ କିଡିନୀ ରୋଗରେ ମୃତ ।

0 210

ଫୁଲବାଣୀ,୧୬/୦୯(ପିପିଟି); ଫୁଲବାଣୀ ପୌରପରିଷଦ ୮ ନମ୍ବର ୱାର୍ଡର ନରସିଂହ ଗୌଡ଼ ୨ ବର୍ଷ ହେବ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଜୀବିକା ହରାଇ ସରକାରୀ ସାହାଯ୍ୟ ପାଇଁ ଅପେକ୍ଷା କରି କରି ଶେଷରେ ମୃତ୍ୟୁ ବରଣ କଲେ । ମୃତ ନରସିଂହ ଏକ ଛୋଟିଆ ଉଠା ବ୍ୟବସାୟୀ । ସେ ହାଟ ହାଟ ବୁଲି ମଞ୍ଜି ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ । ପୂର୍ବରୁ ସେ ସରକାରଙ୍କ ଯୋଜନାର ରାସନ କାର୍ଡ ପାଇଥିଲେ କିନ୍ତୁ ପ୍ରାୟ ୫ ବର୍ଷ ହେବ ତାଙ୍କର କାର୍ଡଟି କଟି ଯାଇଛି। ଏନେଇ ସେ ବାରମ୍ବାର ପୌରପରିଷଦ ଅଧିକାରୀ ଓ ଦାଇତ୍ୱରେ ଥିବା କର୍ମଚାରୀଙ୍କ ନିକଟରେ ଆବେଦନ କରିଥିଲେ ଏହିଭଳିକି ସେ ଏକାଧିକ ବାର ଆବେଦନ କରି କେବଳ ପ୍ରତିଶ୍ରୁତି ପାଇ ପ୍ରତାରିତ ହୋଇଥିଲେ । ଗତ ପ୍ରାୟ ୨ ବର୍ଷ ହେବ ତାଙ୍କର ୨ଟି ଯାକ କିଡ୍ନୀ ନଷ୍ଟ ହୋଇଯିବାରୁ ସେ ଚିକିତ୍ସାରେ ସର୍ବଶାନ୍ତ ହୋଇ ନିରୁପାୟ ହୋଇ ଘରେ ପଡି ରହିଲେ । ଏହିଭଳି ପରିସ୍ଥିତିରେ ସ୍ତ୍ରୀ ବିଷ୍ଣୁ ଗୌଡ଼ ବାରମ୍ବାର ରାସନ କାର୍ଡ ପାଇଁ ଓ କିଛି ସରକାରୀ ସହାୟତା ପାଇଁ ସରକାରୀ ଦପ୍ତରକୁ ଦୌଡ଼ି ଦୌଡ଼ି ପୁଣି ପ୍ରତାରିତ ହେଲେ ଶେଷରେ ସରକାରୀ ଯୋଜନା ହାତେଇବା ପାଇଁ ଆଶା କରି କରି ଆଖିବୁଜିଲେ ନରସିଂହ । ବର୍ତ୍ତମାନ ଅଞ୍ଚଳ ବାସୀଙ୍କ ପ୍ରଶ୍ନ ଏହି ପରିସ୍ଥିତିରେ ଯଦି ଜଣେ ସରକାରୀ ଯୋଜନା ପାଇବାରୁ ବଞ୍ଚିତ ତେବେ ଯୋଜନା କାହାପାଇଁ ? ପ୍ରଶାସନ ତୁରନ୍ତ ତାଙ୍କ ଅସହାୟ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)

Leave A Reply

Your email address will not be published.