ସରକାରୀ ଚାକିରିଆଙ୍କ ରାଜନୀତି ପ୍ରୀତି ।

0 461

ଶେରଗଡ ,୧୮/୦୫(ପିପିଟି); ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁରୁଳା ଗ୍ରାମପଞ୍ଚାୟତ ରେ ଜିଆରଏସ୍ ଭାବେ କାର୍ଯ୍ଯ ଆରମ୍ଭ କରିଥିବା ଘନଶ୍ୟାମ ସେଠୀ ବର୍ତ୍ତମାନ ପିତ୍ତଳ ଗ୍ରାମ ପଞ୍ଚାୟତରେ ଜିଆରଏସ୍ ଭାବେ କାର୍ଯ୍ୟରତ ଅଛନ୍ତି ।ସେ ଭୂବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଦଳୀୟ ଭର୍ଚୁଆଲ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଯେ ଜଣେ ସରକାରୀ ବାବୁ କିପରି ଓ କେଉଁ ସାହସରେ ବିଜେପି ଦଳର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ତାହା ପ୍ରଶ୍ନବାଚୀ ଅଟେ। ଏସଜିଡି ପ୍ରେସ୍ କ୍ଲବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀଙ୍କ ମତାମତ ଲୋଡାଯାଇଥିଲେ ମଧ୍ଯ ସେ ନ୍ୟୁଜ୍ ଲେଖା ହେବା ପୂର୍ବରୁ କିଛି ମତାମତ ଦେଇନଥିଲେ । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ସରକାରୀ ବାବୁ ଦଳୀୟ କାର୍ଯ୍ୟକ୍ରମ ରେ ଯୋଗଦେଲେ ମଧ୍ଯ କିଛି ଆପତ୍ତି ନାହିଁ । ପୂର୍ବରୁ ଧବଳପୁର ଗ୍ରାମପଞ୍ଚାୟତର ଜିଆରଏସ୍ ପଞ୍ଚାନନ ସେଠୀ ଏମଜିଏନ୍ଆରଜିଏସ୍ ରେ ଜେଲରେ ଥିବା ବ୍ୟକ୍ତିଙ୍କ ନାମରେ ଟଙ୍କା ଛାଡିଥିଲେ ମଧ୍ଯ ପ୍ରାକ୍ତନ ବିଡିଓ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଏଣୁ ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଜିଲ୍ଲାପାଳ ଓ ଫାଇବଟି ସଚିବ ଦୃଷ୍ଟି ଦେବାପାଇଁ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.