ବେଲଗୁଣ୍ଠା,୨୬/୦୮(ପିପିଟି), ବେଲଗୁଣ୍ଠା ବ୍ଳକ୍ ଅଧୀନସ୍ଥ ଖାରୀଗୁଡା ଜଙ୍ଗଲ ବିଭାଗ ବିଟ୍ ହାଊସ୍ ରୁ ଜଣେ ବନରକ୍ଷୀଙ୍କ ମୃତ ଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସୂଚନା ମୁତାବକ ଭଞ୍ଜନଗର ଲଣ୍ଡେଇ ସାହିର ବନମାଳୀ ବେହେରାଙ୍କ ପୁଅ ସୀମାଞ୍ଚଳ ବେହେରା ବନରକ୍ଷୀ ଖାରୀଗୁଡ଼ା ବିଟ୍ ହାଉସ୍ ରେ କାର୍ଯ୍ୟ କରୁଥିଲେ । ଆଜି ସକାଳ ସାତ ଘଣ୍ଟ ତିରିଶ ମିନିଟ୍ ସମୟରେ ବିଟ୍ ହାଊସ୍ ରେ ସୀମାଞ୍ଚଳଙ୍କ ମୃତ ଦେହ ପଡ଼ିଥିବା ନେଇ ସେଠାକାର କିଛି ଲୋକ ଜାଣିବା ପରେ ତାଙ୍କ ପରିବାର ସଦସ୍ୟ ଏବଂ ଦାୟିତ୍ୱରେ ଥିବା ବନପାଳଙ୍କୁ ଜଣାଇଥିଲେ । ଘଟଣା ସମ୍ପର୍କରେ ଗାଙ୍ଗପୁର ପୋଲିସ୍ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ସୀମାଞ୍ଚଳଙ୍କ ମୃତ ଶରୀରକୁ ଉଦ୍ଧାର କରିବା ସହିତ ଭଞ୍ଜନଗର ମେଡିକାଲ୍ ରେ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ସୀମାଞ୍ଚଳଙ୍କ ମୃତ୍ୟୁ କିପରି ହେଲା ତାର କାରଣ ସ୍ପଷ୍ଟ ହୋଇପାରିନି । ଏନେଇ ସୀମାଞ୍ଚଳଙ୍କ ଭାଇ ଦିଲ୍ଲୀପ୍ ବେହେରାଙ୍କ ରିପୋର୍ଟ କ୍ରମେ ଗାଙ୍ଗପୁର ଥାନାରେ କେଶ୍ ନମ୍ବର୍ ୨୦/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ଥାନା ଅଧିକାରୀ ଧୀରେଶ କୁମାର ଦାଶ ସୂଚନା ଦେଇଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )