ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ହିଞ୍ଜିଳି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ।

0 436

ହିଞ୍ଜିଳିକାଟୁ,୧୭/୧୦(ପିପିଟି), ଆଜି ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯାଳୟରେ ଆସୁଥିବା ସମ୍ଭ୍ଯାବ ବାତ୍ୟା ଓ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଲଘୁଚାପଜନିତ ବର୍ଷା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ରାଜ୍ୟର ସ୍ବତନ୍ତ୍ର ରିଲିଫ କମିଶନର ଏଥିପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଜଳସମ୍ପଦ ଓ ମତ୍ସସଂପଦ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ଓ ବନ୍ୟା ପରିସ୍ଥିତି ଦେଖାଦେଲେ ଏହାର ମୁକାବିଲା ପାଇଁ ଆଜି ହିଞ୍ଜିଳି ପଞ୍ଚାୟତ ସମିତି କାର୍ଯାଳୟରେ ସମୟ ଅପରାହ୍ନ ୩ ଟା ସମୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସୁଚନାପ୍ରକାରେ ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ତତ୍ବାବଧାନରେ କାର୍ଯ୍ଯାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ଲଘୁଚାପଜନିତ ବର୍ଷାରେ ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ଆଲୋଚନା କରିଥିଲେ । ଲୋକଙ୍କ ପାଖରେ ଆଗୁଆ ସୂଚନା ଦେଇ ସତର୍କତା ଅବଲମ୍ବନ ପାଇଁ ସମସ୍ତ ପ୍ରକାର କାର୍ଯ୍ୟକ୍ରମ କରିବା ପଦକ୍ଷେପ ସହିତ ସତର୍କତା ପାଇଁ ପରାମର୍ଶ ଦିଆଯାଇଛି । ଏହି ବୈଠକରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ପୌରପରିଷଦର କାର୍ଯ୍ୟ ନିର୍ଵାହି
ଅଧିକାରୀ ମନୋରଞ୍ଜନ ସାହୁ, ଥାନା ଅଧିକାରୀ ଅଭିମନ୍ୟୁ ଦାସ, ଅଗ୍ନିଶମ ବିଭାଗ ଅଧିକାରୀ , ହିଞ୍ଜିଳି ଜଳପରିମଳ ମିଶନ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରଶନ୍ନ କୁମାର ଦଳାଇ ଓ ରବିନ୍ଦ୍ର ନାୟକ ପ୍ରମୁଖ ବହୁ ସରକାରୀ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

(ରିପୋର୍ଟର – ପ୍ରଭୁଦତ୍ତ ପାତ୍ର)

Leave A Reply

Your email address will not be published.