ସମ୍ପୂର୍ଣ୍ଣ ହିଂସା ମୁକ୍ତ ଓଡ଼ିଶା ଅଭିଯାନ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରୀ : ନକ୍ସଲ ସହିଦ୍ ସପ୍ତାହ ବଦଳରେ ନକ୍ସଲ ମୁକ୍ତ ସପ୍ତାହ ପାଳିବାକୁ ନିବେଦନ ।

0 67

ବାଲିଗୁଡ଼ା,୨୭/୦୭(ପିପିଟି): ନକ୍ସଲ ସହିଦ ସପ୍ତାହ ନୁହେଁ , ୨୯ ଜୁଲାଇ ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଜନତା ପାଳିବେ ନକ୍ସଲ ମୁକ୍ତ ସପ୍ତାହ । ବହୁତ ହେଇଗଲା ମାଓବାଦୀ ତୁମ ଏ ସହିଦ ସପ୍ତାହ ପାଳନ ,ଏଥର ଆମେ ପାଳିବୁ ନକ୍ସଲ ମୁକ୍ତ ସପ୍ତାହ । କଣ ପାଇଁ ନିରୀହ ଜନତା ପ୍ରତ୍ୟେକ ବର୍ଷ ପାଳନ କରିବେ ତୁମ ଏ ସହିଦ୍ ସପ୍ତାହ ? ଦୀର୍ଘ ୫୦ ବର୍ଷ ନକ୍ସଲ ଆନ୍ଦୋଳନ ଜରିଆରେ କଣ ଲାଭ ହୋଇଛି ସେ ଗରିବ ସାଧାରଣ ଜନତାର ? ଆମକୁ ପୁଲିସ ସୂଚନାଦାତା କହି ହତ୍ୟା କରୁଥିବା ନକ୍ସଲ କେମିତି ଆମ ପାଇଁ ସହିଦ ? ବହୁତ ହେଇଗଲା ତୁମ ଏ ସହିଦ ସପ୍ତାହ ର ନାଟକ । ଏଥର ନକ୍ସଲ ସହିଦ ସପ୍ତାହ ନୁହଁ , ଆମେ ଜୁଲାଇ ୨୯ ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ପାଳିବୁ ନକ୍ସଲ ମୁକ୍ତ ସପ୍ତାହ । ରାଜ୍ୟର ସମସ୍ତ ସାଧାରଣ ଜନତାଙ୍କୁ ବିନୀତ ଅନୁରୋଧ କି ସେମାନେ ଚୀନର ପୋଷା କୁକୁର ନକ୍ସଲଙ୍କ ଏ ସହିଦ ସପ୍ତାହ ପାଳନ ବର୍ଜନ କରନ୍ତୁ ଏବଂ ନକ୍ସଲ ମୁକ୍ତ ସପ୍ତାହକୁ ସଫଳ ବନାନ୍ତୁ । ନକ୍ସଲ ସାବଧାନ ହେଇଯାଓ , ଏ ଦେଶ ତୁମ ବାପର ନୁହଁ ଯେ ଯାହା ଚାହିଁବ ତାହା କରିବ । ବାରମ୍ବାର ଭାରତ ବନ୍ଦ , ରାଜ୍ୟ ବନ୍ଦ , ସହିଦ ସପ୍ତାହ , ପିଏଲଜିଏ ସପ୍ତାହ ଆହ୍ୱାନ ଦେବା ବନ୍ଦକର ନଚେତ ପରିଣାମ ଭୟଙ୍କର ହେବ । ଜନତାଙ୍କୁ ବିନୀତ ଅନୁରୋଧ ନକ୍ସଲ ମୁକ୍ତ ସପ୍ତାହକୁ ସଫଳ ବନାନ୍ତୁ ଏବଂ ସହଯୋଗ କରନ୍ତୁ ଏବଂ ନକ୍ସଲ ମୁକ୍ତ ଓଡିଶା, ବିକଶିତ ଓଡିଶା ଗଠନ କରନ୍ତୁ ବୋଲି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସମ୍ପୂର୍ଣ୍ଣ ହିଂସା ମୁକ୍ତ ଓଡ଼ିଶା ଅଭିଯାନର ଆବାହକ ଭାରତ ଭୂଷଣ ପ୍ରକାଶ କରିଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.