ସମିତି ସଭ୍ୟ ପ୍ରାର୍ଥୀ ପତ୍ର ଦାଖଲ କଲେ ବଡଖଣ୍ଡି ଗ୍ରାମ ପଞ୍ଚାୟତର ମନରେଗା ଶ୍ରମିକ ପି.ପାର୍ବତୀ ।

0 228

ହିଞ୍ଜିଳିକାଟୁ,ତା ୨୧/୦୧(ପିପିଟି): ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ର ସଭ୍ୟ ହୋଇ ବଡଖଣ୍ଡି ଗ୍ରାମ ପଞ୍ଚାୟତର ସମସ୍ତ ବାସିନ୍ଦାଙ୍କ ବହୁବିଧ ସମସ୍ୟାର ସମାଧାନ କରିବା ପାଇଁ ଗୋପିନାଥପୁର ଗ୍ରାମର ମନରେଗା ଶ୍ରମିକ ପି.ପାର୍ବତୀ ଆଜି ହିଞ୍ଜିଳିକାଟୁ ପଞ୍ଚାୟତ ସମିତିରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆର୍ଥିକ ଅନଗ୍ରସର ଶ୍ରେଣୀର ପି ପାର୍ବତୀ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ ଯେ ମୁଁ ଗରିବ ଝିଅଟିଏ, ମଧୁବାବୁ ପେନସନ ସହ ନରେଗା ଶ୍ରମିକ ଭାବେ କାମ କରି ଚଳି ଆସୁଅଛି । ଆପଣଙ୍କ ସ୍ନେହ, ଶ୍ରଦ୍ଧା, ସହଯୋଗ ଓ ଆଶ୍ରୀପାଦରେ ସମିତି ସଭ୍ୟ ହୋଇ ବଡଖଣ୍ଡି ଗ୍ରାମ ପଞ୍ଚାୟତର କୃଷକ, ଶ୍ରମିକ, ଯୁବକ, ବାପା, ମା ଓ ମାଉସୀ ମାନଙ୍କ ଉନ୍ନତି କରିବା ପାଇଁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛି ବୋଲି ମତପ୍ରକାଶ କରିଥିଲେ । ପ୍ରାର୍ଥୀ ପତ୍ର ଦାଖଲ କରିବା ସମୟରେ ମାନବ ଅଧିକାର ସୁରକ୍ଷା ମଞ୍ଚ ର ଆବାହକ ତଥା ଆଇନଜୀବୀ ଅବନୀ ଗୟା,ଗ୍ରାମର ସନ୍ତୋଷିନୀ ନାୟକ, ଅରୁଣ ବେହେରା, ଲକ୍ଷ୍ମୀ ନାୟକ, ମଞ୍ଜୁଳା ବେହେରା, କୁମାରୀ ନାୟକ,ପି ଯୋଗେନ୍ଦ୍ର, ଏନ୍ ଦିଲ୍ଲୀପ, ତ୍ରିଲୋଚନ ବେହେରା ଆଦି ଉପସ୍ଥିତ ଥିଲେ । ଜନଗଣଙ୍କ ସମସ୍ୟା ପାଇଁ ସଂଘର୍ଷ କରୁଥିବା ସାଥୀ ପି ପାର୍ବତୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବାରୁ କ୍ରାନ୍ତିକାରୀ କୃଷକ ସଭାର ଜିଲ୍ଲା ସମ୍ପାଦକ ଟୁନା ମଲ୍ଲିକ,ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ଜିଲ୍ଲା ସମ୍ପାଦକ ରାମଚନ୍ଦ୍ର ବାଡତ୍ୟା,ସଂଯୁକ୍ତ କୃଷକ ମୋର୍ଚ୍ଚାର ରାଜ୍ୟ ଆବାହକ ମଣ୍ଡଳୀ ସଦସ୍ୟ ଭାଲଚନ୍ଦ୍ର ଷଡ଼ଙ୍ଗୀ, ଚାଷୀ ମୂଲିଆ ନେତା ନିରାକାର ନାୟକ, ସି.ପି.ଆଇ (ଏମ୍- ଏଲ୍) ରେଡଷ୍ଟାର ଜିଲ୍ଲା ସମ୍ପାଦକ ଶଙ୍କର ସାହୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.