ବୋଲଗଡ଼,୧୨/୧୧ (ପିପିଟି): ବୋଲଗଡ଼ ବ୍ଲକ ଅନ୍ତର୍ଗତ ସଗରଗୁଆଁ ଗ୍ରାମପଞ୍ଚାୟତର ପାଟବନ୍ଧ ଗ୍ରାମର ସୁନାମଧନ୍ୟା ସମାଜ ସେବୀକା ଓ ପୂର୍ବତନ ୱାର୍ଡ଼ ମେମ୍ବର ଭବାନୀ ରାଉତରାୟ ଏବଂ ତାଙ୍କର ସ୍ୱାମୀ ଦୀନବନ୍ଧୁ ରାଉତ ରାୟ ଦୁହେଁ ପତି ପତ୍ନୀଥିଲେ ସେହି ଦମ୍ପତି ଧର୍ମପରାୟଣ ଓ ସମାଜ ସେବୀ ଥିଲେ ତାଙ୍କରି ବିୟୋଗରେ ବୁଦ୍ଧିଜୀବୀ ମାନଙ୍କ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ସେ ଗରିବ,ଅସହାୟ, ଲୋକଙ୍କ ସହ ଭାଗିମିତ୍ର ଥିଲେ । ଉଭୟ ଦମ୍ପତି ଙ୍କର ହୃଦ୍ ଘାତ ରେ ଦେହତ୍ୟାଗ କରିଥିଲେ। ତାଙ୍କର ଦେହାନ୍ତ ହେବା ଫଳରେ ବୋଲଗଡ଼ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ସମାଜସେବୀ ମାନେ ସ୍ତବ୍ଧ ହୋଇଯାଇଛନ୍ତି । ସେ ଆମ ଅଞ୍ଚଳର ଗରିବ ଲୋକଙ୍କ ପାଇଁ ବିପଦ ସମୟରେ ଅଣ୍ଟା ଭିଡ଼ି ଠିଆ ହେଉଥିଲେ ଓ ସାହାଯ୍ୟ ସହଯୋଗ ମଧ୍ୟ କରୁଥିଲେ । ତାଙ୍କର ସହଯୋଗରେ ବୋଲଗଡ଼ ଅଞ୍ଚଳରେ ସମାଜର ବହୁ ମଙ୍ଗଳ କର୍ମ ମାନ କରାଇଥିଲେ। ତତ୍ ସହିତ ପରିବେଶର ଜଣେ ମଙ୍ଗଳ କାମନା ସୁପରିଚିତ ବ୍ୟକ୍ତି ବିଶେଷ ଥିଲେ । ଆଜି ତାଙ୍କ ଉଦ୍ଦେଶ୍ୟ ସୃତିସଭା ଆୟୋଜନ ହୋଇଛି । ଏ ଥିରେ ସମାଜର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଏବଂ ଏ ଅଞ୍ଚଳର ଜନସାଧାରଣ ଓ ମାନ୍ୟଗଣ୍ୟ ଉପସ୍ଥିତ ରହି ସ୍ବର୍ଗତ ଭାବାନୀ ରାଉତରାୟ ଓ ଦିନବନ୍ଧୁ ରାଉତରାୟଙ୍କର ସ୍ମୃତି ଚାରଣ କରିଥିଲେ। ତାଙ୍କର ଆତ୍ମାର ସଦ ଗତି ନିମନ୍ତେ ଭଗବାନଙ୍କ ନିକଟରେ ପାର୍ଥନା କରାଯାଇଥିଲା।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)