କବିସୂର୍ଯ୍ୟନଗର,୧୨/୦୯(ପିପିଟି): ସମାଜସେବୀ ତଥା ଶ୍ରମିକ ନେତା ରବୀନ୍ଦ୍ର ନାଥ ପଟ୍ଟନାୟକଙ୍କ ୭୪ ବର୍ଷ ବୟସରେ ଭୁବନେଶ୍ଵର କଳିଙ୍ଗ ହସ୍ପିଟାଲରେ ଦେହାନ୍ତ ହୋଇଛି। ସ୍ବର୍ଗତ ପଟ୍ଟନାୟକ କବିସୂର୍ଯ୍ୟନଗର ଏନ୍ଏସି ରେ ହେଲଥ୍ ୱାର୍କର ଭାବେ କାର୍ଯ୍ଯକରି ଅବସର ନେଇଥିଲେ। ପରବର୍ତ୍ତୀ ସମୟରେ ଶ୍ରମିକ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ପରୋପକାରୀ ଓ ମେଳାପୀ ବ୍ଯକ୍ତି ଥିଲେ। ତାଙ୍କର କଳିଙ୍ଗ ହସ୍ପିଟାଲରେ ମୃତ୍ଯୁ ବେଳକୁ ପରିବାର ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ। ତାଙ୍କର ଏକ ମାତ୍ର ପୁତ୍ର ଗିରୀଶ ପଟ୍ଟନାୟକ ଓ ଦୁଇ ଝିଅ ଅଛନ୍ତି। ପୁରୀ ସ୍ବର୍ଗଦ୍ବାର ଠାରେ ଶେଷକୃତ୍ଯ ସଂପନ୍ନ ହେବ। ସ୍ବର୍ଗତ ରବୀନ୍ଦ୍ର ନାଥ ପଟ୍ଟନାୟକଙ୍କ ଦେହାନ୍ତରେ କବିସୂର୍ଯ୍ୟ ନଗର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
(ରିପୋର୍ଟ- ସପ୍ନେଶ୍ବର ପାଣିଗ୍ରାହୀ ।)