ସମାଜସେବୀଙ୍କ ଦ୍ୱାଦଶାହରେ ସ୍ମୃତି ସଭା ଓ ଭଜନ ସମାରୋହ ।

0 326

ବେଲଗୁଣ୍ଠା,୧୨/୦୯(ପିପିଟି):ବିଶ୍ୱନାଥ ବେହରାଙ୍କ ଦ୍ୱାଦଶାହ ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଅଛି ।ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ସମ୍ପାଦକ ମାଧବଚନ୍ଦ୍ର ଆପଟଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଅଞ୍ଚଳର ପୁର୍ବତନ କାଉନସିଲର ତଥା ସମାଜସେବୀ ଦିଲ୍ଲିପ ଆଚାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତ ବେହେରାଙ୍କ ସ୍ମୃତି ଉଚ୍ଚାରଣ କରିଥିଲେ ।ସ୍ୱର୍ଗତ ବେହେରାଙ୍କ ଜାମାତା ତଥା ବେଲଗୁଣ୍ଠା ପ୍ରେସ୍ କ୍ଳବ ଉପଦେଷ୍ଟା ସୁଶାନ୍ତ କୁମାର ବେହେରାଙ୍କ ଆବାହନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ କାଉନସିଲର ପ୍ରକାଶ ଚନ୍ଦ୍ର ସାହୁ,ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ କାଶିନାଥ ସାହୁ,ପ୍ରେସ୍ କ୍ଳବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପ-ସଭାପତି ପ୍ରଭାତ କୁମାର ସାହୁ ଓ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ପ୍ରକାଶ ଥାଉକି ଗତ ୧ ତାରିଖ ଦିନ ସ୍ୱର୍ଗତ ବେହେରାଙ୍କ ୬୫ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ପରିବାର ବର୍ଗଙ୍କ ମଧ୍ୟରେ ପତ୍ନୀ ସବିତା ବେହେରା, ପୁତ୍ର ମଦନସୁନ୍ଦର ବେହେରା, ଅଶ୍ୱିନୀ ବେହେରା, ଜିତେନ୍ଦ୍ର ବେହେରା, ପୁତ୍ର ବଧୁ ଶୁଭଶ୍ରୀ,କନ୍ୟା ଆରତୀ ବେହେରା ଓ ନାତିନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.