ସମାଜର ବିକାଶରେ ଓ ରାଷ୍ଟ୍ର ଗଠନରେ ରାଜନୀତି ବିଜ୍ଞାନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

0 267

ବୋଲଗଡ଼,୧୭/୦୪(ପିପିଟି):ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ବାଙ୍କୋଇସ୍ଥିତ କାଳୀଚରଣ ପାଞ୍ଚଗଡ ଅନଙ୍ଗ ନରେନ୍ଦ୍ର ଡିଗ୍ରୀ କଲେଜର ରାଜନୀତି ବିଜ୍ଞାନ ଆନୁକୁଲ୍ୟରେ ଓ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡକ୍ଟର ସୁକାନ୍ତ କୁମାର ବେହେରାଙ୍କ ଆବାହକତ୍ୱ ରେ ଆଜି ରାଜନୀତି ବିଜ୍ଞାନ କର୍ମଶାଳା ଓ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ କଲେଜର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ କଲେଜର ଅଧକ୍ଷ ରମେଶ ଚନ୍ଦ୍ର ସାମନ୍ତରାୟଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥିଭାବେ ବୋଲଗଡ ବ୍ଲକର ଅଧ୍ୟକ୍ଷା ହୁଲାସ ପ୍ରଧାନ, ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ ଓ ସମ୍ମାନିତ ଅତିଥି ଭାବେ ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନ , କୃଷ୍ଣ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ସଂସ୍କୃତ ବିଭାଗର ମୁଖ୍ୟ ଅଧ୍ୟାପକ ଡଃ ପ୍ରୀତବାସ ମିଶ୍ର ବେଦପାଠ ଓ ଶାନ୍ତି ପାଠ କରିଥିଲେ।ସଭାପତି ରମେଶ ଚନ୍ଦ୍ର ସାମନ୍ତରାୟ ସ୍ବାଗତ ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡକ୍ଟର ଶ୍ରୀ ବେହେରା ବାର୍ଷିକ ବିବରଣୀ ପଠନ କରି ରାଜନୀତି ବିଜ୍ଞାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ରାଜନୀତି ବିଜ୍ଞାନ ବିଭାଗର ବରିଷ୍ଠ ଶିକ୍ଷାର୍ଥୀମାନେ ନବାଗତ ବିଦ୍ୟାର୍ଥୀ ମାନଙ୍କୁ ଫୁଲ ଓ ଚନ୍ଦନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷା ଅନୁଷ୍ଠାନର ଅଧକ୍ଷ ଶ୍ରୀ ସାମନ୍ତରାୟ ଓ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡକ୍ଟର ଶ୍ରୀ ବେହେରା ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ଫୁଲ ତୋଡା ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଦେଶର ସମ୍ବିଧାନ ଗଠନରେ ଓ ବିକାଶ ପାଇଁ ରାଜନୀତି ବିଜ୍ଞାନ ଅତିବ ଗୁରୁତତ୍ୱପୂର୍ଣ୍ଣ ।ରାଜନୀତି ବିଜ୍ଞାନ ସମ୍ବିଧାନର ଧାରା ଅନୁସାରେ ସମସ୍ତ ନ୍ୟାଳୟର ବିଚାରପତି ,ଲୋକସଭା ତଥା ରାଜ୍ୟ ସଭାର ସଦସ୍ୟ ଓ ବିଭିନ୍ନ ରାଜ୍ୟର ବିଧାନ ସଭାର ସଦସ୍ୟ ମାନେ ଏବଂ ପ୍ରଶାସନିକ ଅଧିକାରୀ ମାନେ ଜନ କଲ୍ୟାଣ ପାଇଁ କାର୍ଯ୍ୟ କରିଥାନ୍ତି ବୋଲି ସମସ୍ତ ନିମନ୍ତ୍ରିତ ଅତିଥି ମାନେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । କାଳୀଚରଣ ଡିଗ୍ରୀ କଲେଜରେ ଛାତ୍ରଛାତ୍ରୀମାନଙ୍କ ପାଇଁ ପାନୀୟ ଜଳର ସମସ୍ୟା ରହିଥିବାରୁ ଏହାକୁ ଶୀଘ୍ର ଦୁରୀକରଣ କରିବା ପାଇଁ ସମସ୍ତ ନିମନ୍ତ୍ରିତ ଅତିଥିମାନେ ନିର୍ଭର ପ୍ରତିଶୃତି ଦେଇଥିଲେ ।ପରିଶେଷରେ ଅଧ୍ୟାପକ ଡକ୍ଟର ପ୍ରୀତବାସ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.