ସବୁଜ ସଂକଳ୍ପ ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଇଁ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ।

0 315

ବେଲଗୁଣ୍ଠା,୧୪/୦୭(ପିପିଟି): ଆସନ୍ତା ଜୁଲାଇ ୨୬ ତାରିଖ କାର୍ଗିଲ ବିଜୟ ଦିବସ ଅବସରରେ ସବୁଜ ସଂକଳ୍ପ ଅଭିଯାନ ବେଲଗୁଣ୍ଠା ପଞ୍ଚାୟତ ସମିତି ର ୧୮ ଗୋଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ୧୯୨ ଅଙ୍ଗନୱାଡି କେନ୍ଦ୍ର ଓ ୧୫୧ ଶିକ୍ଷାନୁଷ୍ଠାନରେ ସବୁଜ ସଂକଳ୍ପ ଅଭିଯାନ ଏକ ଦିବସିୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏନେଇ ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କ ସଭାପତିତ୍ୱରେ ବେଲଗୁଣ୍ଠା ପଞ୍ଚାୟତ ସମିତି ସ୍ତରୀୟ ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଦିନ ବ୍ଳକ୍ ର ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ନେଇ ତୃତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଜି ବ୍ଳକ୍ ର ସମସ୍ତ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ଚତୁର୍ଥ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ପ୍ରସ୍ତୁତି ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର,ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା,ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୂଳପାଣି ଶତପଥୀ,ସହକାରୀ ଯନ୍ତ୍ରୀ ଗିରିଧାରୀ ବେହେରା ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟ ସ୍ତରରେ ସବୁଜ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଉପସ୍ଥିତ ପ୍ରଧାନ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଡ଼ିଓ ଶଶି ଭୂଷଣ ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.