ସପ୍ତାହାନ୍ତ ସଟ ଡାଉନର ପ୍ରଭାବ; ଦିଗପହଣ୍ଡି ଏନ୍ଏସି ପ୍ରଶାସନ ପକ୍ଷରୁ ଚେକିଙ୍ଗ କଡାକଡି ।

0 2,105

ଦିଗପହଣ୍ଡି,୨୫/୦୪(ପିପିଟି); କରୋନାର ଦ୍ଵିତୀୟ ଲହରିରେ ଏବେ ଯେଉଁଭଳି ଭାବରେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଲାଣି ଠିକ୍ ସେମିତି ଜିଲ୍ଲା ପ୍ରଶାସନ ତରଫରୁ କଟକଣା ଜାରି କରିବା ସଙ୍ଗେ ସଙ୍ଗେ ଲୋକ ମାନଙ୍କୁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଗତବର୍ଷ ଯେଉଁ ଭଳି ଭାବରେ କାରୋନା ତାର କାୟା ବିସ୍ତାର କରିଥିଲା ଗଞ୍ଜାମରେ ଏବେ ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ତରଫରୁ ଚେକିଙ୍ଗ ଜୋରଦାର କରାଯାଇଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରେ ଆଜି ସପ୍ତାହାନ୍ତ ସଟ ଡାଉନ୍ ର ଦ୍ୱିତୀୟ ଦିନରେ ସ୍ଥାନୀୟ ଏନ୍.ଏ.ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କ ନେତୃତ୍ୱରେ ଆଜି ସମସ୍ତ କର୍ମଚାରୀ ମିଳିତ ଭାବେ ମାସ୍କ କ୍ଳିନୀଙ୍ଗ ଏବଂ କୋଭିଡ ସଚେତନତା କାର୍ଯ୍ୟକ୍ରମ ଅଭିଯାନ ଆରମ୍ଭ କରିଥିଲେ । ସଟ୍ ଡାଉନ୍ ସମୟରେ ଅମାନିଆ ମାନଙ୍କୁ ତାଗିଦ୍ କରିବା ସଙ୍ଗେ ସଙ୍ଗେ ବିନା କାରଣରେ ଘରୁ ବାହାରକୁ ନ ବାହାରିବା ପାଇଁ କହିଥିଲେ । ଏବେ କରୋନା ତାର ଧିରେ ଧୀରେ ଗଞ୍ଜାମ ଜିଲ୍ଲାରେ ତାର କାୟା ମେଲାଉଥିବା ବେଳେ ଲୋକେ କିପରି କରୋନା ଦାଉରୁ ରକ୍ଷା ପାଇବେ ସେଥି ପ୍ରଥି ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚ ସୁତ୍ରି ନିୟମ ପାଳନ କରିବାକୁ ଜିଲ୍ଲାପାଳ ଆଦେଶ ଦେଇଛନ୍ତି ।

(ରିପୋର୍ଟ- ଆରତ କୁମାର ହୋତା ।)

Leave A Reply

Your email address will not be published.