ସପ୍ତାହାନ୍ତ ସଟ ଡାଉନର ପ୍ରଭାବ: ମେଡିକାଲରେ ଲୋକଙ୍କୁ ଖାଦ୍ୟ ବାଣ୍ଟିଲେ ବିଜୁ ଯୁବ ଜନତା ଦଳ ।

0 233

ବାଲିଗୁଡା,୨୫/୦୪(ପିପିଟି): ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଶନିବାର ଓ ରବିବାର ଦୁଇଦିନ ସହରାଞ୍ଚଳ ସପ୍ତାହାନ୍ତ ସଟଡାଉନର ପ୍ରଭାବ କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଜି. ଉଦୟଗିରି ଓ ବାଲିଗୁଡା ତିନୋଟି ସହରାଞ୍ଚଳରେ ଦେଖିବାକୁ ମିଳିଛି । ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଯାତ୍ରୀବାହୀ ବସ ଚଳାଚଳ ମଧ୍ୟ ବନ୍ଦ ରହିଛି । ଯାହା ଫଳରେ ସାଧାରଣ ଲୋକ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ମେଡ଼ିକାଲକୁ ଆସିଥିବା ରୋଗୀଙ୍କ ସମ୍ପର୍କୀୟ ମାନେ ମଧ୍ୟ ଖାଇବାକୁ ନ ପାଇ ଭୋକ ଉପାସରେ ଦିନ ବିତାଉଥିବା ଦେଖିବାକୁ ମିଳିଥିଲା। ତେବେ ଲୋକଙ୍କ ଅସୁବିଧାକୁ ଉପଲବ୍ଧି କରି ବାଲିଗୁଡ଼ା ବିଜୁ ଯୁବଜନତା ଦଳ ତରଫରୁ ରାତିରେ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ରନ୍ଧା ଖାଦ୍ୟ ପାଇ ସେମାନେ ଖୁସି ବ୍ୟକ୍ତ କରିଛନ୍ତି। ହେଲେ ସୁପ୍ରିମୋଙ୍କ ନିର୍ଦ୍ଧେଶ ରହିଛି ଯେ ସଟଡାଉନ୍ ସମୟ ରେ କୌଣସି ଲୋକ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ। ତେଣୁ ସଟଡାଉନ୍ ସମୟରେ ଆଗକୁ ଏଭଳି ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ବିଜୁ ଯୁବଜନତା ଦଳ ପକ୍ଷରୁ କୁହାଯାଇଛି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.