ସପ୍ତାହନ୍ତ ସଟଡାଉନ ରେ ଗରିବ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଛାତ୍ର ।

0 270

ଭଞ୍ଜନଗର,୧୩/୦୬(ପିପିଟି);କୋରନା ମହାମାରୀ ପାଇଁ ବର୍ତ୍ତମାନ ଲକଡାଉନ ଓ ସଟଡାଉନ ଚାଲିଥିବା ବେଳେ ଗରିବ ଅସହାୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନଜରରେ ରଖି ଆଜି ସପ୍ତାହନ୍ତ ସଟଡାଉନର ରବିବାର ଶେଷ ଦିନରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର କିଛି ଛାତ୍ର ଏକତ୍ରିତ ହୋଇ ନିଜସ୍ୱ ଖର୍ଚ୍ଚରେ ଭଞ୍ଜନଗର ସହର ଓ ଏହାର ଉପକଣ୍ଠର ବିଭିନ୍ନ ସ୍ଥାନରେ ରହୁଥିବା ଗରିବ ଅସହାୟ, ମାନସିକ ବିକରାଗ୍ରସ୍ତ ଲୋକଙ୍କୁ ବୁଲି ବୁଲି ରନ୍ଧା ଖାଦ୍ୟ ଯୋଗାଇ ଥିଲେ। ଏଥି ସହିତ ସେମାନଙ୍କୁ କୋରନା ସଚେତନତା କରିଥିଲେ। ୧୮୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ଖାଦ୍ୟ ଦିଆଯାଇଥିଲା। ଏଥିରେ ଛାତ୍ର କାହ୍ନା ନାୟକ,ବାବୁ ରଥ,ଶ୍ୟାମ, ସୁଜଲ, ସିଲୁ,ସୋମେଶ, ପ୍ରମୋଦ,ସୋନୁ ପ୍ରମୁଖ ଉପସ୍ଥିତ ରହି ଖାଦ୍ୟ ବଣ୍ଟନ କରିଥିଲେ। ଛାତ୍ର ମାନଙ୍କ ଏଭଳି କାର୍ଯ୍ୟଶୈଳୀକୁ ଅଭିବାବକ ଓ ଶିକ୍ଷକ ମହଲରେ ପ୍ରଶଂସା କରାଯାଇଛି ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.