ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ।

0 245

କନ୍ଧମାଳ,୨୭/୧୦(ପିପିଟି): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ,ସପ୍ତମ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କ ସହ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ପରେ ନାବାଳିକାଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରିବାର ଲୋକେ ସନ୍ଦେହ କରି ଝିଅକୁ ପଚାରିବାରୁ ସେ ସବୁ କଥା କହିଥିଲେ । ଏ ନେଇ ନାବାଳିକାଙ୍କ ବାପା ଗତ ୯ ତାରିଖରେ ଥାନାରେ ଏତଲା ଦେଇଥିଲେ । ସେହି ଦିନ ଠାରୁ ଯୁବକ ଜଣକ ଫେରାର ହୋଇଯାଇଥିଲେ । ବୁଧବାର ସେ ଫୁଲବାଣୀ ସହରରେ ବୁଲୁଥିବା ଖବର ମିଳିବା ପରେ ଗୋଚ୍ଛପଡା ପୋଲିସ ତାଙ୍କୁ କାବୁ କରିଥିଲା । ନାବାଳିକାଙ୍କ ଡାକ୍ତରୀ ମାଇନା ପରେ ବାଳାଶ୍ରମରେ ରଖାଯାଇଛି। ଏନେଇ ଥାନାରେ ଏକ ମାମଲା ନଂ.୮୮/୨୧ ରୁଜୁ ହୋଇଥିବା ବିଷୟ ଥାନାଧିକାରୀ ରଞ୍ଜିତ କୁମାର ମୁନୀ ପ୍ରକାଶ କରିଛନ୍ତି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.