ପୋଲୋସରା,୨୦/୦୪(ପିପିଟି); ପୋଲସରା ଥାନା ମଥୁରା ଗ୍ରାମ ଗୁଡିମାଳ ସାହିର ନିରଞ୍ଜନ ନାୟକ(୩୫) ନାମକ ଜଣେ ଶିକ୍ଷକଙ୍କ ମୃତ୍ଯୁ ଘଟିଛି । ସ୍ଥାନୀୟ ପୋଲିସ କହିବା ପ୍ରକାରେ ଗତ ସୋମବାର ୧୯ ତାରିଖ ନିରଞ୍ଜନ ସନ୍ଧ୍ୟରେ ଘରୁ ଜାଇ ରାତ୍ରରେ ଘରକୁ ଫେରିନଥିଲେ । ଆଜି ମଙ୍ଗଳବାର ୨୦ ତାରିଖ ପ୍ରାୟ ୧୧ ଘଣ୍ଟିକା ସମୟରେ ନିରଞ୍ଜନ ଗ୍ରାମର ରେଷ୍ଟସେଡ଼ରେ ମରିପଡିଥିବାର ଖବର ପରିବାର ଲୋକ ସୂଚନା ପାଇଥିଲେ । ଖବରପାଇ ନିରଞ୍ଜନ ଙ୍କ ବାପା ଘଟଣା ସ୍ଥଳକୁ ଯାଇ ପୁତ୍ରକୁ ଦେଖିବାସହ ଥାନାରେ ଏକ ଏତଲା ଦେଇଥିଲେ । ପୋଲୋସରା ପୋଲିସ୍ ମୃତ ଶିକ୍ଷକ ନିରଞ୍ଜନଙ୍କ ବାପା ଶତ୍ରୁଘ୍ନ ନାୟକଙ୍କ ଏତଲା କ୍ରମେ କେଶ ନଂ- ୫/୨୧ ରେ ଅପମୃତ ମାମଲା ଦାୟର କରି ମୃତ୍ୟୁର କାରଣ ଜାଣିବା ପାଇଁ ଶବ ବ୍ୟବଛେଦ ନିମନ୍ତେ ପଠାଇଥିବା ସୂଚନା ମିଳିଛି । ବ୍ୟବଛେଦ ପରେ ପ୍ରକୃତ ତଥ୍ୟ ଜଣାଯିବବୋଲି ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି । (ରିପୋର୍ଟ-ସନ୍ତୋଷ କୁମାର ପଣ୍ଡା ।)