ସତୀଗୁଡା ଜଳସେଚନ କାର୍ଯ୍ୟାଳୟରେ ପାଣିପଞ୍ଚାୟତ ପକ୍ଷ ପାଳିତ ।

0 253

ମାଲକାନଗିରି,୦୨/୦୨(ପିପିଟି):ମାଟି ବନ୍ଧ ବିଭାଜନ ଚିତ୍ରକୋଣ୍ଡା ଆନୁକୂଲ୍ୟରେ ମାଲକାନଗିରି ସଦର ମହକୁମା ସ୍ଥିତ ସତୀଗୁଡା ଜଳସେଚନ କାର୍ଯ୍ୟାଳୟ ପରିସରରେ ପାଣିପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାଜା, ଅଧିକ୍ଷଣ ଯନ୍ତ୍ରୀ ରମାକାନ୍ତ ପାତ୍ର, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଲଳିତ ମୋହନ ବେହେରା, ସହକାରୀ କୃଷି ଅଧିକାରୀ ଫିରୋଜ ବିଡିକା,ପୌରାଧ୍ୟକ୍ଷ ମନୋଜ ବାରିକ ଯୋଗଦେଇଥିଲେ। ପାଣିର ସୁବିନିଯୋଗ, କେନାଲ ମରାମତି ଉପରେ ଅତିଥିମାନେ ଆଲୋକ ପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରବନ୍ଧ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା। ବାବୁଲା ପଣ୍ଡା ମଞ୍ଚ ପରିଚାଳନା କରୁଥିଲା ବେଳେ କନିଷ୍ଠ ଯନ୍ତ୍ରୀ ଭଗବାନ ନାୟକ ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.