ସଡକ ଦୁର୍ଘଟଣାରେ ଯୁବକ ଗୁରୁତର ।

0 128

ଭଞ୍ଜନଗର,୧୭/୦୪(ପିପିଟି) : ଭଞ୍ଜନଗର – ଫୁଲବାଣୀ ରାସ୍ତାର ମୁଜାଗଡ଼ ନିକଟରେ ଶନିବାର ରାତ୍ର ୧୦ଟା ସମୟରେ ମୁଜାଗଡ଼ ଗ୍ରାମର ଚିତ୍ତରଞ୍ଜନ ସ୍ବାଇଁ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେ ଭଞ୍ଜନଗର ଏକ ସ୍କୁଟି ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ ମୁଜାଗଡ଼ ମୁଖ୍ୟ ରାସ୍ତାରେ ଚିତ୍ତରଞ୍ଜନ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲେ। ଏହା ପରେ ଏକ ଅଜଣା ବସ ତାଙ୍କ ଗୋଡକୁ ମାଡାଇ ଚାଲି ଯାଇଥିବା ଜଣାପଡିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.