ସଟ୍ ଡାଉନ , ଦରବୃଦ୍ଧି ରୋକିବାକୁ ଯୋଗାଣ ବିଭାଗର ଚଢ଼ାଉ ।

0 46

କୋଦଳା,(ପିପିଟି ନ୍ଯୁଜ୍)୦୫/୦୪- -ବିଶ୍ୱ ମହାମାରୀ କରୋନା କୁ ରୋକିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାରେ ୧୯ଘଣ୍ଟାର ସଟ୍ ଡାଉନ ଘୋଷଣା କରିଛନ୍ତି । ଯାହାର ସୁଯୋଗ ମୂଣାଫାଖୋର ବ୍ଯବାସାୟୀ  ଯେମିତି ଦରବୃଦ୍ଧି  କରିବେ ତାହାକୁ ଆଖି ଆଗରେ ରଖି କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀଙ୍କ ଉପସ୍ଥିତି ରେ ଯୋଗାଣ ନିରୀକ୍ଷକ ଶରତ ଚନ୍ଦ୍ର ବେହେରା ଓ କର୍ମକର୍ତ୍ତା କୋଦଳା ବସଷ୍ଟାଣ୍ଡ ଠାରୁ ସମସ୍ତ କିରାଣି ଦୋକାନ ଓ ପରିବା ଦୋକାନ ରେ ଚଢ଼ାଉ କରି ରେଟ ଚାର୍ଟ ମାରିବାକୁ କହିଥିଲେ । ଛୋଟ ଆଳୁ ୧୬ଟଙ୍କା ,ବଡ଼ ଆଳୁ ୧୮ଟଙ୍କା ,ପିଆଜ ୨୨ ଟଙ୍କା  ଏବଂ ବଡ଼ ପିଆଜ ୨୫ ଟଙ୍କାରୁ  ଅଧିକ ରେ ନ ବିକିବାକୁ ତାଗିଦ କରିଥିଲେ । ଯେଉମାନେ ଏହାକୁ ଅବମାନନା କରନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉକ୍ତ ଟିମ୍ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.