ସଟଡାଉନ ରେ ଅବକାରୀ ବିଭାଗର ରେଡ, ୨ ଗିରଫ ।

0 307

ଭଞ୍ଜନଗର,୨୪/୦୪(ପିପିଟି); ଆଜି ଠାରୁ ଓଡିଶାର ସମସ୍ତ ସହରାଞ୍ଚଳରେ ସାପ୍ତାହିକ ସଟଡାଉନ ସରକାର ଘୋଷଣା କରିଥିବା ବେଳେ ଭଞ୍ଜନଗର ସହରାଞ୍ଚଳରେ ମଧ୍ୟ ସାଧାରଣ ଜନତା ଏହି ନିୟମଙ୍କୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି। ସଟଡାଉନ ଯୋଗୁଁ ସ୍ୱୀକୃତି ପ୍ରାପ୍ତ ମଦ ଦୋକାନ ବନ୍ଦ ର ସୁଯୋଗ ନେଇ ଅସାଧୁ ବ୍ୟବସାୟୀ ମାନେ ଚୋରା ମାଦକ ଦ୍ରବ୍ୟ ପ୍ରସ୍ତୁତି ଓ ବିକ୍ରି କରି ମାଲାମାଲ ହେବାର ଆଶା ରଖିଛନ୍ତି କିନ୍ତୁ ଶନିବାର ଭଞ୍ଜନଗର ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଭଞ୍ଜନଗର ଅବକାରୀ ଓଆଇସି ପାର୍ଥ ସାରଥୀ ରାଉତଙ୍କ ନେତୃତ୍ୱରେ ଅଚାନକ ନାହାତୁଟ ସାହିରେ ଚଢାଉ କରି ୧୮୦ ଲିଟର ଚୋରା ହାତ ରନ୍ଧା ଦେଶୀ ମଦ ଜବତ କରିବା ସହ ପ୍ରାୟ ୩୭୪୦ କେଜି ଗୁଡ ମିଶ୍ରିତ ପୋଚକୁ ନଷ୍ଟ କରାଯାଇଛି। ଏହି ବେଆଇନ ଚୋରା ମଦ କାରବାର ସମ୍ପୃକ୍ତିରେ ୩ଗୋଟି କେଶ ରୁଜୁ କରାଯାଇଥିବା ବେଳେ ୨ଜଣଙ୍କୁ ଗିରଫ କରିବା ସହ ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.