କଟକ,୧୯/୦୫: ସୋସାଇଟି ଚେଞ୍ଜରସ ହେଲ୍ପ ଡେସ୍କ ତରଫରୁ “ବ୍ଲାକ ଫଙ୍ଗସ” ସମ୍ପର୍କିତ ଏକ ଆଲୋଚନା ଚକ୍ର ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି।ସାରଦା ପ୍ରସାଦ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପଲ୍ଲବୀ ମହାରଥୀ ଯୋଗ ଦେଇ ବ୍ଲାକ ଫଙ୍ଗସ କଣ କାହିଁକି କିପରି ବ୍ୟାପେ ସେ ସମ୍ପର୍କ ରେ ଆଲୋଚନା କରିବା ସହ ଏହା ମୁଖ୍ୟତଃ ମାଟି,ଖତ୍ ଏବଂ ଅପରିଷ୍କାର ସ୍ଥାନ ରେ ରହି ଥାଏ। ବିଶେଷ କରି ମଧୁମେହ,ରକ୍ତ କର୍କଟ, କିଡିନି ଜନିତ ସମସ୍ୟା ଥିବା ରୋଗୀ ଓ କୋଭିଡ ଆକ୍ରାନ୍ତ ମାନଙ୍କୁ ଏହି ରୋଗ ବ୍ୟାପି ଥାଏ ବୋଲି ମତବ୍ୟକ୍ତ କରିଥିଲେ। ଆଖି, କାନ, ନାକ କୁ ଏହା ପ୍ରଥମେ ସଂକ୍ରମିତ ହେବ ସହ ଏହାର ଲକ୍ଷଣ,ପ୍ରତିକାର, ଚିକିତ୍ସା ସମ୍ପର୍କ ରେ ସୂଚନା ଦେବା ସହ ସଫା ସୁତୁରା,ନିୟମିତ ହାତ ଧୋଇବା, ନିଜ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଦ୍ଵାରା ହିଁ ଏହି ରୋଗର ଆମେ ଦୃଢ଼ ମୁକାବିଲା କରି ପରିବା ବୋଲି ସେ ମତବ୍ୟକ୍ତ କରିଥିଲେ। ସାମ୍ପ୍ରତିକ କୋଭିଡ ଓ ବ୍ଲାକ ଫଙ୍ଗସ ପରି ମହାମାରୀ କୁ ଆମେ କେବଳ ସଚେତନତା, ପରିଷ୍କାର ଓ ପରିଚ୍ଛନ୍ନତା ଦ୍ଵାରା ହିଁ ମୁକାବିଲା କରି ହେବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଚାଶ ଜଣ ଅଂଶ ଗ୍ରହଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ଶିବାନୀ ପ୍ରିୟଦର୍ଶିନୀ ସଂଯୋଜନା କରିଥିଲେ ଏବଂ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ସଂଗଠନ ସମ୍ପାଦକ ଅମ୍ଲାନ ବଡୁ ଓ ସୌମ୍ୟ ରଂଜନ ଶତପଥି ପରିଚାଳନା କରି ଥିବା ବେଳେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶୁଭମ ଚୌଧୁରୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।