ସଙ୍ଗୀତା ବେହେରା ହେଲେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା।

0 260

ପୋଲସରା,୨୬/୦୩(ପିପିଟି) ବିଜୁ ଜନତା ଦଳର ପ୍ରାର୍ଥୀନୀ ସଙ୍ଗୀତା ବେହେରା ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ସଙ୍ଗୀତା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ର ମନୋରମା ବେହେରା ଙ୍କ ଠାରୁ ୧୧୯୯ ଭୋଟ ଅଧିକ ପାଇ ନିର୍ବାଚିତ ହୋଇଛନ୍ତି। ସଙ୍ଗୀତା ୬୪୮୧ ଖଣ୍ଡ ଭୋଟ ପାଇଥିବା ବେଳେ ମନୋରମା ୫୨୮୨ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ସ୍ୱାଧିନ ପ୍ରାର୍ଥୀ ଥିବା ସୌଦାମିନୀ ବେହେରା ୨୦୫ ଖଣ୍ଡ ପାଇଥିବା ବେଳେ ନୋଟା ୧୪୫ ଖଣ୍ଡ ଭୋଟ ପଡିଛି। ସୂଚନାଯୋଗ୍ୟ ଯେ ଚଳିତ ମାସ ୨୪ ତାରିଖ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଓ ୧୯ ଟି ୱାର୍ଡ ର କାଉନସିଲର ପଦବୀ ନିମନ୍ତେ ମତଦାନ ହୋଇଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ମତ ଗଣନା ଅନୁଷ୍ଠିତ ହୋଇଥିଲା। ମତ ଗଣନା ଶେଷରେ ଘୋଷିତ ଫଳାଫଳ ରୁ ଜଣା ପଡିଛି ଯେ ୧ ନମ୍ବର ୱାର୍ଡ ର କାଉନସିଲର ଭାବେ ରବିନ୍ଦ୍ର କୁମାର ବେହେରା (ବିଜେପି) , ୨ ନମ୍ବର ୱାର୍ଡ ର କାଉନସିଲର ଭାବେ ଅନିଳ କୁମାର ସାହୁ (ବିଜେଡି) , ୩ ନମ୍ବର ୱାର୍ଡ ର କାଉନସିଲର ଭାବେ ବାସନ୍ତୀ ପରିଡା (ବିଜେଡି) , ୪ ନମ୍ବର ୱାର୍ଡ ର କାଉନସିଲର ଭାବେ ଟୁଟୁ ପ୍ରଧାନ (ବିଜେଡି) , ୫ ନମ୍ବର ୱାର୍ଡ ର କାଉନସିଲର ଭାବେ ରିତୁ ବେହେରା ( ବିଜେଡି) , ୬ ନମ୍ବର ୱାର୍ଡ ର କାଉନସିଲର ଭାବେ ଗୀତାଞ୍ଜଳୀ ସାହୁ (ବିଜେପି) , ୭ ନମ୍ବର ୱାର୍ଡ ର କାଉନସିଲର ଭାବେ ଅଭିମନ୍ୟୁ ପ୍ରଧାନ (ବିଜେଡି) , ୮ ନମ୍ବର ୱାର୍ଡ ର କାଉନସିଲର ଭାବେ ଏ ଲକ୍ଷ୍ମୀ ନାରାୟଣ ପାତ୍ର (ବିଜେଡି) , ୯ନମ୍ବର ୱାର୍ଡ ର କାଉନସିଲର ଭାବେ ସୁକାନ୍ତି ଡାଙ୍ଗୁଆ (ବିଜେପି) , ୧୦ ନମ୍ବର ୱାର୍ଡ ର କାଉନସିଲର ଭାବେ ତାପସ୍ବିନୀ ବେହେରା (ବିଜେପି) , ୧୧ ନମ୍ବର ୱାର୍ଡ ରେ ସୁଲତା ସାହୁ (ବିଜେଡି) , ୧୨ ନମ୍ବର ୱାର୍ଡ ରେ ସୁକାନ୍ତି ସାହୁ (ବିଜେଡି) , ୧୩ ନମ୍ବର ୱାର୍ଡ ରେ କୁମୁଦିନି ସାହୁ (ବିଜେଡି) , ୧୪ ନମ୍ବର ୱାର୍ଡ ରେ ରିତା ସେଠୀ (ବିଜେଡ) ୧୫ ନମ୍ବର ୱାର୍ଡ ରେ ଯଜ୍ଞ ନାରାୟଣ ସାହୁ (ବିଜେପି) ୧୬ ନମ୍ବର ୱାର୍ଡ ରେ ସଚୀନ୍ଦ୍ର ମଳିକ (ବିଜେଡ଼ି) , ୧୭ ନମ୍ବର ୱାର୍ଡ ରେ ସନ୍ତୋଷ କୁମାର ବେହେରା (ବିଜେଡି) ୧୮ ନମ୍ବର ୱାର୍ଡ ରେ ସୁଜ୍ଞାନି ସାହୁ (ବିଜେପି) ଏବଂ ୧୯ ୱାର୍ଡ ରେ ବବିତା କୁମାରୀ ମହାପାତ୍ର (ବିଜେଡି) କାଉନସିଲର ଭାବରେ ନିର୍ବାଚିତ ହୋଇଛନ୍ତି। ପରିଷଦ ୧୯ ଟି ୱାର୍ଡ ମଧ୍ୟରୁ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ମାନେ ୧୩ ୱାର୍ଡ ରେ ଯଥା ୨ , ୩ , ୪ , ୫ , ୭ , ୮ , ୧୧ , ୧୨ , ୧୩ , ୧୪ , ୧୬ , ୧୭ ଓ ୧୯ ନମ୍ବର ୱାର୍ଡ ରେ ନିର୍ବାଚିତ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ମାନେ ୬ ଟି ୱାର୍ଡ ରେ ଯଥା ୧ , ୬ , ୯ , ୧୦ , ୧୫ ଓ ୧୮ ନମ୍ବର ୱାର୍ଡ ରେ ନିର୍ବାଚିତ ହୋଇଛନ୍ତି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Leave A Reply

Your email address will not be published.