ସଙ୍ଗରୋଧ କେନ୍ଦ୍ର ପରିବର୍ତ୍ତନ ନେଇ ପ୍ରବାସୀଙ୍କ ରାସ୍ତା ଅବରୋଧ , ପ୍ରଶାସନର ହସ୍ତକ୍ଷେପ ପରେ ସମସ୍ୟାର ସମାଧାନ ।

0 576

କୋଦଳା,୦୭/୦୮(ପିପିଟି); ଶୁକ୍ରବାର ବେଗୁନିଆପଡ଼ା ବ୍ଲକ ମଠସରସିଂ ପଞ୍ଚାୟତ ସଙ୍ଗରୋଧ ଗୃହରେ ଥିବା କିଛି ପ୍ରବାସୀ କେନ୍ଦ୍ର ପରିବର୍ତ୍ତନ ପରେ ଖାଇବା ନ ମିଳିବାରୁ ସଙ୍ଗରୋଧ କେନ୍ଦ୍ରରୁ ବାହାରି ଆସିକା ଭୁବନେଶ୍ୱର ମୁଖ୍ଯ ରାସ୍ତାକୁ ବାଉଁଶ ପକାଇ ଅବରୋଧ କରିଥିବା ଜଣାପଡ଼ିଛି । ପ୍ରଶାସନର ହସ୍ତକ୍ଷେପ ପରେ ସମସ୍ୟାର ସମାଧାନ ହୋଇଛି । ପ୍ରଶାସନର କହିବା ପ୍ରକାରେ ବେଗୁନିଆପଡାବ୍ଲକ କ୍ଲଷ୍ଟର ସ୍ତରୀୟ ୪ଗୋଟି ସଙ୍ଗରୋଧ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇ ପ୍ରବାସୀ ରହି ଆସୁଥିଲେ । ସେଥିମଧ୍ୟରୁ ମଠସରସିଂ ରେ ଗୋଟିଏ ସଙ୍ଗରୋଧ କେନ୍ଦ୍ର ପରିଚାଳିତ ହୋଇଥିଲା ଏଵଂ କିଛି ପ୍ରବାସୀ ଏଠାରେ ରହୁଥିଲେ କିନ୍ତୁ ଗୁରୁବାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ସଙ୍ଗରୋଧ କେନ୍ଦ୍ର ବନ୍ଦ କରି କେବଳ ଗୋଟିଏ କେନ୍ଦ୍ର ଖୋଲିବାକୁ ଅନୁମତି ମିଳିବା ପରେ ବ୍ଲକ ପ୍ରଶାସନ ସୁମଣ୍ଡଳକୁ ଚିହ୍ନଟକରି ସେଠାରେ ସଙ୍ଗରୋଧ କେନ୍ଦ୍ର ଆରମ୍ଭ କରିବା ପରେ ସମସ୍ତ କେନ୍ଦ୍ରରୁ ପ୍ରବାସୀଙ୍କୁ ଆଣି ସେଠାରେ ରଖିଲେ କିନ୍ତୁ ମଠସରସିଂ କେନ୍ଦ୍ରରେ ଆଖପାଖ ଗ୍ରାମର ପ୍ରବାସୀ ଥିବାରୁ ଆଉ ଦୁଇଦିନ ପାଇଁ ସେଠାକୁ ଯିବାକୁ ରାଜି ନ ହୋଇ ରହିଗଲେ । ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ରୋଷେଇ ମଧ୍ୟ ହୋଇନଥିଲା ।ଏଥିରେ ଉତକ୍ଷିପ୍ତ ହୋଇ ସେମାନେ ମୁଖ୍ୟ ରାସ୍ତାକୁ ଆସି ରାସ୍ତା ବନ୍ଦ କରିଥିଲେ । ଯାହାଫଳରେ ଉଭୟପଟେ ଗାଡିମୋଟର ଜାମ ହୋଇଯାଇଥିଲା । ଖବରପାଇ ଘଟଣା ସ୍ଥଳରେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା , ଥାନା ଏସ୍ଆଇ ଆରତୀ ପରିଡା ଓ ଅନ୍ୟାନ୍ୟ କର୍ମକର୍ତ୍ତା ଘଟଣାସ୍ଥଳ ରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ହଟାଇଥିଲେ ଏବଂ ସୁମଣ୍ଡଳ ସଙ୍ଗରୋଧ କେନ୍ଦ୍ରକୁ ଯିବାକୁ ସ୍ଵତନ୍ତ୍ର ଗାଡି ବ୍ଯବସ୍ଥା କରିଥିବା ଜାଣିବାକୁ ମିଳିଛି ।

Leave A Reply

Your email address will not be published.